ସାକ୍ରାମେଣ୍ଟୋ: ବଲିଉଡ ନାୟିକା ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜିର ଦିନରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ତାଙ୍କର ଏହି ଖୁସିର ମୂହୁର୍ତ୍ତକୁ ମଙ୍ଗଳବାର 20ବର୍ଷ ପୂରିଛି । ସ୍ବାମୀ ନିକ ଜୋନସଙ୍କ ସହ କାର୍ଲିଫରନିଆରେ ସେ ସ୍ମୃତିକୁ ମନେ ପକାଇଛନ୍ତି ପ୍ରିୟଙ୍କା ।
ବିଶ୍ବ ସୁନ୍ଦରୀ ପ୍ରିୟଙ୍କାର ସେହି ଇତିହାସ ସୃଷ୍ଟି କରିଥିବା ସମୟକୁ ପ୍ରଥମେ ତାଙ୍କ ମା' ଗଣମାଧ୍ୟମକୁ ଜଣାଇଥିଲେ । ତାଙ୍କର ସେହି ମୂହୁର୍ତ୍ତର କିଛି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ପୋଷ୍ଟ ହୋଇଥିବା ଭିଡିଓରେ ମିସ ଇଣ୍ଡିଆ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ 2000 ପାଇଁ ଚୟନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।