ହାଇଦ୍ରାବାଦ: ଟଲିଉଡ଼ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ପୌରାଣିକ ଡ୍ରାମା ଫିଲ୍ମ 'ଆଦିପୁରୁଷ' ବହୁ ଚର୍ଚ୍ଚାରେ ରହିଛି । ଫ୍ୟାନ୍ସ ଏହି ଫିଲ୍ମକୁ ନେଇ ବହୁ ଉତ୍ସାହିତ ଥିବାବେଳେ ଟିମ ଫିଲ୍ମର ସୁଟିଂ ଖୁବଶୀଘ୍ର ଶେଷ କରିବାକୁ ଜାରି ରଖିଛି ପ୍ରୟାସ । ଫିଲ୍ମକୁ ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ କରିବା ପାଇଁ ମେକର୍ସ ଲକ୍ଷ୍ୟ ରଖିଛନ୍ତି ।
ଦର୍ଶକଙ୍କୁ ଏହି ଫିଲ୍ମ ପାଇଁ ଆଉ ଅପେକ୍ଷା କରାଇବାକୁ ଚାହୁଁନାହାଁନ୍ତି ମେକର୍ସ । ଏଥିଲାଗି ପ୍ରଭାସ ବିଭିନ୍ନ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ ମଧ୍ୟ ଏବେ 'ଆଦିପୁରୁଷ' ଟିମ ସହ ସାମିଲ ହୋଇଛନ୍ତି । ମୁମ୍ବାଇରେ ଏବେ ଫିଲ୍ମର ସୁଟିଂ ଚାଲିଥିବାବେଳେ ଆସନ୍ତା ମାସ ସମସ୍ତ ସୁଟିଂ ଶେଷ କରିବାକୁ ଟିମ ଲକ୍ଷ୍ୟ ରଖିଛି । ଏହାପରେ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ଆରମ୍ଭ ହେବ । ଏଥିରେ ଅନେକ ଗ୍ରାଫିକ୍ସ କାମ ରହିଛି ବୋଲି ମେକର୍ସ କହିଛନ୍ତି ।