ଓଡିଶା

odisha

By

Published : Mar 4, 2021, 10:27 AM IST

ETV Bharat / sitara

ବଢିଲା ରାଜାମୌଲୀଙ୍କ ଚିନ୍ତା, ଲିକ୍ ହେଲା ‘RRR’ କ୍ଲାଇମେକ୍ସ ଫଟୋ

ବହୁ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଚିନ୍ତାରେ ମେକର୍ସ । କାରଣ ଫିଲ୍ମ ସେଟରୁ ଲିକ୍ ହୋଇଛି କିଛି ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ହାଇଦ୍ରାବାଦ: ଏସ ଏସ ରାଜାମୌଲୀଙ୍କ ସବୁବେଳେ ନିଜ ସେଟରେ ନୋ ମୋବାଇଲ ପଲିସି ରଖନ୍ତି । ଯାହାଦ୍ବାରା ତାଙ୍କ ଫିଲ୍ମର କୌଣସିବି ସିନ ଲିକ ହୁଏନାହିଁ । ହେଲେ ଏଥର ସେ ଚିନ୍ତାରେ ଅଛନ୍ତି । କାରଣ ବହୁ ପ୍ରତିକ୍ଷିତ ଫିଲ୍ମ ‘ଟ୍ରିପଲ ଆର’ର କ୍ଲାଇମେକ୍ସର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ପ୍ରଶଂସକ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରିବାରେ ଲାଗିଛନ୍ତି ।

ଯେଉଁଥିରେ ସାଉଥ ଷ୍ଟାର ରାମ ଚରଣଙ୍କୁ ଐତିହାସିକ ଭୂମିକାରେ ଦେଖିବାକୁ ମିଳୁଛି । ଆଉ ତାଙ୍କ ସହ ନଜର ଆସୁଛନ୍ତି ଜୁନିୟର ଏନଟିଆର । ଏତେ କଡା ସୁରକ୍ଷା ଭିତରେ କିପରି ଫଟୋ ଲିକ୍ ହେଲା ତାନେଇ ଚିନ୍ତାରେ ରାଜାମୌଲୀ ।

ରାଜାମୌଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଟ୍ରିପଲ ଆର’ ଏକ ପିରିୟଡ ଡ୍ରାମା ଫିଲ୍ମ । ଯେଉଁଥିରେ ସ୍ବାଧୀନତା ସଂଗ୍ରାମୀ କୋମାରାମ ଭୀମା ଏବଂ ଆଲୁରୀ ସୀତାରାମରାଜଙ୍କ ଯୁବା ଦିନର ଏକ କାଳ୍ପନିକ ବିବରଣୀ ଦର୍ଶାଯାଇଛି। ଫିଲ୍ମରେ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

ABOUT THE AUTHOR

...view details