ଭୁବନେଶ୍ବର: ପୁଣି ଦର୍ଶକଙ୍କୁ କନ୍ଦାଇବା ପାଇଁ ରିଲିଜ ହୋଇଯାଇଛି ଜଣାଶୁଣା ଗାୟକ ହ୍ୟୁମାନ ସାଗରଙ୍କ ଦୁଃଖଭରା ଗୀତ ‘ମନେ ତୁ ପଡୁଛୁ ଆଲୋ ପାଗେଳି’ । ପୁଣି ଦମଦାର ଅନ୍ଦାଜରେ ଫେରିଛନ୍ତି ହ୍ୟୁମାନ । ଶୁକ୍ରବାର ଡି ଫିଲ୍ମସ୍ ଦ୍ବାରା ନିର୍ମିତ ଏହି ଗୀତକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।
ରିଲିଜ ହେଲା ହ୍ୟୁମାନଙ୍କ ଇମୋସନାଲ ଗୀତ ‘ଆଲୋ ପାଗେଳି’ - ଗାୟକ ହ୍ୟୁମାନ ସାଗରଙ୍କ ଦୁଃଖଭରା ଗୀତ ‘ମନେ ତୁ ପଡୁଛୁ ଆଲୋ ପାଗେଳି’
ପୁଣି ପ୍ରେମରେ ଧୋକା କାହାଣୀକୁ ନେଇ ନୂଆ ମ୍ୟୁଜିକ ଭିଡିଓ ଆଣିଲେ ହ୍ୟୁମାନ ସାଗର । ରିଲିଜ ହେଲା ତାଙ୍କ ଗୀତ ‘ଆଲୋ ପାଗେଳି’ ।
ଡିଜାଇନ ଫଟୋ
ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ 49 ହଜାରରୁ ଅଧିକ ଭ୍ୟୁ ମିଳି ସାରିଲାଣି । ସେହିପରି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓମ୍, ପ୍ରଜ୍ୟୋତି, ପପୁ । ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍ ।
ଏହି ମ୍ୟୁଜିକ ଭିଡିଓର କାହାଣୀ ପ୍ରେମରେ ଧୋକାକୁ ନେଇ ଆଧାରିତ । ଏପରି ଅନେକ ସୁପରହିଟ୍ ଗୀତ ଓଲିଉଡକୁ ଦେଇସାରିଲେଣଇ ହ୍ୟୁମାନ ସାଗର ।