ଓଡିଶା

odisha

ETV Bharat / sitara

ଆରପାରିରେ କଣ୍ଠଶିଳ୍ପୀ ଅମରେନ୍ଦ୍ର ମହାନ୍ତି, କୋରୋନାରେ ଥିଲେ ଆକ୍ରାନ୍ତ - ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର

ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର । କୋରୋନା ନେଲା ତାଙ୍କ ଜୀବନ । ଅଧିକ ପଢନ୍ତୁ...

ଆରପାରିରେ କଣ୍ଠ ଶିଳ୍ପୀ ଅମରେନ୍ଦ୍ର ମହାନ୍ତି
ଆରପାରିରେ କଣ୍ଠ ଶିଳ୍ପୀ ଅମରେନ୍ଦ୍ର ମହାନ୍ତି

By

Published : May 17, 2021, 11:18 AM IST

Updated : May 17, 2021, 3:09 PM IST

ଭୁବନେଶ୍ବର: ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ । କୋରୋନାରେ ଆକ୍ରାନ୍ତ ହୋଇ ସୋମବାର ଭୋର ସମୟରେ ସମ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ମ୍ରିୟମାଣ ସଙ୍ଗୀତ ଜଗତ । ମୃତ୍ୟୁ ସମୟରେ ତାଙ୍କୁ 63 ବର୍ଷ ହୋଇଥିଲା । ଓଡିଆ ଚଳଚ୍ଚିତ୍ର ଜଗତକୁ ସେ ଦେଇଛନ୍ତି ଅନେକ ଲୋକପ୍ରିୟ ଗୀତ । ବହୁ ଭଜନ ଓ ହିଟ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସେ ।

ସେପଟେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ପ୍ରକାଶ ଥାଉକି କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଆଉ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଜାରି ଥିବା ବେଳେ ହଠାତ୍ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।

ଏପଟେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଙ୍ଗୀତ ଜଗତ ପାଇଁ ଶ୍ରୀ ମହାନ୍ତିଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 17, 2021, 3:09 PM IST

For All Latest Updates

ABOUT THE AUTHOR

...view details