ବେଙ୍ଗାଲୁରୁ: କୋରୋନା ଭାଇରସ ସଂକ୍ରମଣ ପୁରା ଦୁନିଆରେ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ଅନେକ ଲୋକ। ଇତିମଧ୍ୟରେ ଜଣେ କୋରିଓଗ୍ରାଫର ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁରେ ଗତ 12 ତାରିଖରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେହି କୋରିଓଗ୍ରାଫରଙ୍କ ଟେଷ୍ଟ ପଜେଟିଭ ବାହାରିଛି।
କଣ୍ଠଶିଳ୍ପୀଙ୍କ ପରେ କୋରିଓ ଗ୍ରାଫର କୋରୋନାରେ ଆକ୍ରାନ୍ତ - କୋରୋନା ଭାଇରସ ସଂକ୍ରମଣ
ଏଯାବତ ଭାରତରେ କୋରୋନା ଭାଇରସ ସଂଖ୍ୟା 271ରେ ପହଞ୍ଚିଲାଣି । ଗାୟିକା କନିକା କପୁରଙ୍କ ପରେ ଏବେ ଆଉ ଜଣେ ଫେମସ କୋରିଓଗ୍ରାଫରଙ୍କ ଟେଷ୍ଟ ପଜେଟିଭ ବାହାରିଛି।
ତେେବ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପାଖାପାଖି 200 ଲୋକଙ୍କୁ ହୋମ କ୍ବାରଣ୍ଟାଇନ ହେବାକୁ ପରାର୍ମଶ ଦିଆଯାଇଛି। ଏନେଇ ଆୟୋଜକ ଏକ ପ୍ରେସ ରିଲିଜ୍ ଜାରି କରିଥିଲେ । ଯେଉଁଥିରେ ଲେଖାଯାଇଛି ଯେ ଏହି କନସର୍ଟରେ ସାମିଲ ହୋଇଥିବା କୋରିଓଗ୍ରାଫରଙ୍କ 18 ତାରିଖରେ ହୋଇଥିବା ଟେଷ୍ଟରେ କୋରୋନା ଭାଇରସ ପଜେଟିଭ ବାହାରିଥିଲା। ଏବେ ସମସ୍ତଙ୍କ ସୁରକ୍ଷା ଧ୍ୟାନରେ ରଖି ଅପିଲ କରାଯାଉଛି ଯେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସବୁ ଲୋକ କ୍ବାରଣ୍ଟାଇନରେ ରୁହନ୍ତୁ।
ଏଯାବତ କୋରିଓଗ୍ରାଫରଙ୍କ ନାମ ସାମ୍ନାକୁ ଆସିନାହିଁ । ପ୍ରକାଶ ଥାଉକି ବଲିଉଡ୍ର ଫେମସ ଗାୟିକା କନିକା କପୁର ମଧ୍ୟ ଏହି ସଂକ୍ରମଣରେ ସଂକ୍ରମିତ ।ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି।