ଓଡିଶା

odisha

ETV Bharat / sitara

ତିନୋଟି ସିଜିନ ପରେ ବନ୍ଦ ହେଲା ‘ଡକ୍ ଟେଲେସ୍‌’ - ଲୋକପ୍ରିୟ କାର୍ଟୁନ୍ ସିରିଜର ‘ଡକ୍ ଟେଲେସ୍‌’ର ନ୍ୟୁଜ

ପପୁଲାର କାର୍ଟୁନ ସିରିଜ ‘ଡକ୍ ଟେଲେସ୍‌’ର ନୂଆ ସିଜନ ଆଉ ଦେଖିପାରିବେ ନାହିଁ ଦର୍ଶକ । କାରଣ ଆଉ ଆସିବନି ଏହାର ନୂଆ ସିଜନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Dec 3, 2020, 1:12 PM IST

ୱାଶିଂଟନ: ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଡିଜନି ଏକ୍ସଡି ବର୍ତ୍ତମାନର ଲୋକପ୍ରିୟ କାର୍ଟୁନ୍ ସିରିଜର ‘ଡକ୍ ଟେଲେସ୍‌’ର ନୂଆ ସିଜନ ଆଉ ନିର୍ମାଣ କରିବ ନାହିଁ । ଯାହାର ପ୍ରସାରଣ ଏବେ ବନ୍ଦ ହେବାକୁ ଯାଉଛି । ତୃତୀୟ ସିଜନ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ମ୍ୟାଟ ୟଙ୍ଗବର୍ଗ ଏବଂ ଫ୍ରାନ୍ସିସ୍କୋ ଆଙ୍ଗୋନ୍ସଙ୍କ ନେତୃତ୍ବରେ ଦକ୍ଷ ପ୍ରତିଭା ଦଳ 75ଟି ଏପିସୋଡର ତିନୋଟି ସିଜନ ଏବଂ 15ରୁ ଅଧିକ ସର୍ଟ ପାଇଁ ସ୍ବତନ୍ତ୍ର ପୁନଃ ଚିତ୍ରିତ ଚରିତ୍ର ସହିତ ବ୍ୟତିକ୍ରମିକ କାହାଣୀ ପ୍ରଦାନ କରିଛନ୍ତି ବୋଲି ଡିଜନି ଏକ୍ସଡି ମୁଖପାତ୍ରଙ୍କ ଏକ ଷ୍ଟେଟମେଣ୍ଟରେ କହିଛି । ପ୍ରଯୋଜନା କାମ ସମାପ୍ତ ହେଉଥିବାବେଳେ ‘ଡକ୍ ଟେଲେସ୍’ ସମଗ୍ର ବିଶ୍ବରେ ଡିଜନି ଚ୍ୟାନେଲ ଏବଂ ଡିଜନି ପ୍ଲସରେ ଉପଲବ୍ଧ ହେବାରେ ଲାଗିଛି ଏବଂ ପ୍ରଶଂସକ 2021ରେ ଏହାର ଫାଇନାଲ ଦେଖିବାକୁ ବ୍ୟାକୁଳ ଅଛନ୍ତି ।

ବହୁ ପ୍ରିୟ ଆନିମେଟେଡ୍ ସିରିଜର ରିବୋଟ ପ୍ରଥମେ 2015ରେ ଘୋଷଣା କରାଯାଇଥିଲା ଯାହା ପରେ ଏହାର ପ୍ରିମିୟର 2017ରେ ହୋଇଥିଲା । ଅରିଜିନାଲ ସିରିଜ ପରି, ରିବୋଟରେ ସ୍କ୍ରୁଗ୍ ମ୍ୟାକଡକ୍ ଏବଂ ତାଙ୍କ ପୁତୁରା ଲୁଇ, ଡିଉ, ଏବଂ ହୁଇଙ୍କୁ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି ସିରିଜର ତୃତୀୟ ସିଜନ ଚଳିତ ବର୍ଷ ଆରମ୍ଭରେ ପ୍ରସାରଣ ହୋଇଥିଲା ​​ଏବଂ ଏହାର ନୂଆ ଏପିସୋଡ୍ ଗତ ମାସ 30 ତାରିଖରେ ପ୍ରସାରିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details