ନୟାଗଡ: 5 ବର୍ଷୀୟ ଶିଶୁ ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଓଲିଉଡ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି । ବର୍ତ୍ତମାନ ଓଡିଶାର ବଡ ପ୍ରସଙ୍ଗ ସାଜିଥିବା ପରୀ ହତ୍ୟାକାଣ୍ଡରେ ମୁହଁ ଖୋଲିଛନ୍ତି ସେ । ଆଉ କହିଛନ୍ତି ଅନେକ କଥା । ଏପରି ଘଟଣା ଦେଖି ସେ ମର୍ମାହତ ହୋଇପଡିଛନ୍ତି । କାନ୍ଦି କାନ୍ଦି ପରୀକୁ ନ୍ୟାୟ ଦେବା ପାଇଁ ନେହୁରା କରିଛନ୍ତି ।
ପରୀ ପ୍ରସଙ୍ଗ: ନ୍ୟାୟ ମାଗି କାନ୍ଦିପକାଇଲେ ଅଭିନେତ୍ରୀ
ବହୁ ଚର୍ଚ୍ଚିତ ପରୀ ଘଟଣାରେ ସମସ୍ତେ ସ୍ବର ଉଠାଉଥିଲା ବେଳେ ଅଭିନେତ୍ରୀ ରାନୀ ମଧ୍ୟ ସ୍ବର ଉଠାଇ ନ୍ୟାୟ ଦାବି କରିଛନ୍ତି l ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ଚାହୁଁଛନ୍ତି ସେ । ଅଧିକ ପଢନ୍ତୁ...
ପରୀ ହତ୍ୟା ଘଟଣା: କାନ୍ଦି କାନ୍ଦି ନ୍ୟାୟ ଦାବି କଲେ ରାନୀ
ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ଦୋଷୀକୁ ଧରାଯାଉ, ଦଣ୍ଡ ଦିଆଯାଉ । ମୋ ପରୀକୁ ନ୍ୟାୟ ମିଳୁ । ମୋ ସହ ସମସ୍ତ ଓଡିଶାବାସୀ ଚାହୁଁଛନ୍ତି ସେହି କୁନି ଝିଅକୁ ନ୍ୟାୟ ଦେବାକୁ । ଏପରି ଘଟଣା ଦେଖି ମୋ ହୃଦୟ କାନ୍ଦୁଛି । ’ ଏଭଳି ସେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ସହ ସିବିଆଇ ତଦନ୍ତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି l ଖାଲି ଏତିକି ନୁହେଁ ଘଟଣାର 5 ମାସ ପରେ ସରକାର କିଛି କରିନଥିବାରୁ ସେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ