ଓଡିଶା

odisha

ETV Bharat / sitara

ରଜରେ ପପୁଙ୍କ ମୁଣ୍ଡ ଟିଣ !

ରଜରେ ଗୀତ ଗାଇବେ ପପୁ ପମ ପମ । ଦେହ ଖରାପ କାରଣରୁ ଇଣ୍ଡଷ୍ଟ୍ରିରୁ ଟିକେ ଦୁରରେ ଥିବା ପପୁ ରଜରେ ଦର୍ଶକଙ୍କ ପାଇଁ ଭେଟି ଦେଇଛନ୍ତି ନୂଆ କମେଡି ଗୀତ ।

By

Published : Jun 12, 2019, 2:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ହାଇଦ୍ରାବାଦ: ଆସୁଛି ରଜ । ଅପେକ୍ଷା ଆଉ ଦୁଇ ଦିନର । ରଜରେ ଓଲିଉଡ ଇଣ୍ଡଷ୍ଟ୍ରି ସବୁବେଳେ ଚେଷ୍ଟା କରେ କିଛି ନୂଆ ନୂଆ ଦର୍ଶକଙ୍କୁ ଭେଟି ଦେବାକୁ । ତେବେ ଏଥରକ ରଜ ବଜାରକୁ ଗରମ କରିବ ପପୁଙ୍କ ନୂଆ କମେଡି ଗୀତ ‘ଟିଣ ହେଇଗଲା, ମୋବାଇଲ ହେଲା କାଳ’।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଜେବି ପ୍ରଡକ୍ସନର ପ୍ରଥମ ଓଡିଆ ଆଲବମରେ ଗୀତ ଗାଇଛନ୍ତି କମେଡି କିଙ୍ଗ ପପୁ ପମ ପମ । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ପପୁ ଓଝା ଓ ଗୀତକୁ ସଙ୍ଗୀତରେ ମୁନା ପାଗଲ ସଜେଇଥିବା ବେଳେ ପ୍ରଯେଜନା ଭାର ସମ୍ଭାଳିଛନ୍ତି ସିତୁ ସିତେସ ।

ଆଗରୁ ମଧ୍ୟ ପପୁ ଅନେକ ଗୀତରେ ନିଜ କଣ୍ଠଦାନ କରିଛନ୍ତି ଓ ପ୍ରାୟ ସବୁ ଗୀତ ସୁପରହିଟ ହେବା ସହ ଲୋକଙ୍କ ମନକୁ ଖୁବ ଛୁଇଁଛି । ତେବେ ରଜ ମାହୋଲରେ ଗୀତଟି ଲୋକ ମାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details