ଓଡିଶା

odisha

ETV Bharat / sitara

ବକ୍ସଅଫିସରେ 'ଆଭେଞ୍ଜର୍ସ ଏଣ୍ଡଗେମ'ର ଧମାଲ

'ଆଭେଞ୍ଜର୍ସ ଏଣ୍ଡଗେମ' ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଏତେ ଉତ୍ସାହ ଯେ ଫିଲ୍ମଟି ରିଲିଜର ଗୋଟିଏ ସପ୍ତାହ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସାରିଲାଣି । ଫିଲ୍ମଟି ଆଭେଞ୍ଜର୍ସ ସିରିଜର ଶେଷ ଭାଗ ହୋଇଥିବାରୁ ଏହାର ଦମଦାର କଲେକ୍ସନ ଦ୍ବାରା ଅନ୍ୟ ବଲିଉଡ ଫିଲ୍ମକୁ କ୍ଷତି ହୋଇପାରେ ବୋଲି ଅନୁମାନ କରୁଛନ୍ତି ଫିଲ୍ମ କ୍ରିଟିକ୍ସ ।

By

Published : May 3, 2019, 6:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ତରଣ ଆଦର୍ଶ

ନୂଆଦିଲ୍ଲୀ: ହଲିଉଡର ପପୁଲାର ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ଭାରତରେ ରିଲିଜ ହେବା ଦିନ ଠାରୁ ଚହଳ ସୃଷ୍ଟି କରିଆସୁଛି । ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ପାଗଳଙ୍କ ଭଳି ଟିକେଟ ବୁକ କରିବାରେ ଲାଗିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଲା କି ଏଯାବତ ଫିଲ୍ମର ଟିକେଟ ଅନ ଲାଇନ ହାଉସଫୁଲ ହେବାରେ ଲାଗିଛି । ଇଣ୍ଡିଆନ ବକ୍ସ ଅଫିସରେ ଏହି ଫିଲ୍ମ ଆୟର ବାତ୍ୟା ସୃଷ୍ଟି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ରିଲିଜର ପ୍ରଥମଦିନରୁ 'ଆଭେଞ୍ଜର୍ସ ଏଣ୍ଡଗେମ' ଇଣ୍ଡିଆନ ବକ୍ସ ଅଫିସରେ ଆୟର ସବୁ ରେକର୍ଡ ଭାଙ୍ଗୁଥିବାର ନଜର ଆସୁଛି । ଦର୍ଶକ ଏହି ଫିଲ୍ମ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିବସିଥିଲେ । ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ କେତେ ଉତ୍ସାହ ଭରି ରହିଛି ଯେ ତାହା ଫିଲ୍ମର ଆୟ ସାବ୍ୟସ୍ତ କରିଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ତରଣ ଆଦର୍ଶ

ରିଲିଜ ହେବା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ 260.40 କୋଟି ଆୟ କରିସାରିଲାଣି ବୋଲି ଟ୍ବିଟରରେ ପୋଷ୍ଟ କରିଛନ୍ତି ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ । ଏହି ଆୟ ଜରିଆରେ 'ଆଭେଞ୍ଜର୍ସ ଏଣ୍ଡଗେମ' ସାଉଥର ସୁପରଡୁପର ହିଟ୍ ଫିଲ୍ମ 'ବାହୁବଳୀ-2'ର ରେକର୍ଡ ମଧ୍ୟ ଭାଙ୍ଗିଛି । ଏହାସହ ଫିଲ୍ମରେ ଏଯାବତ ଆୟରେ କୌଣସି କ୍ଷତି ହୋଇନାହିଁ ।

ପ୍ରକାଶ ଥାଉକି 'ବାହୁବଳୀ-2' ରିଲିଜର ଗୋଟିଏ ସପ୍ତାହରେ 247 କୋଟି ଆୟ କରିଥିଲା । ଯଦି 'ଆଭେଞ୍ଜର୍ସ ଏଣ୍ଡଗେମ' ଏହିପରି ଆୟ କରିବାରେ ଲାଗି ରହିଲା ତେବେ ବଲିଉଡର ଅନ୍ୟ ଫିଲ୍ମକୁ ନିହାତି କ୍ଷତି ସହିବାକୁ ପଡିବ । ଆସନ୍ତା ଶୁକ୍ରବାର ଫିଲ୍ମ ନିର୍ମାତା କରନ ଜୋହରଙ୍କ ବଡ ବଜେଟ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ରିଲିଜ ହେବାକୁ ଯାଉଛି । 'ଆଭେଞ୍ଜର୍ସ ଏଣ୍ଡଗେମର ଆୟକୁ ଦୃଷ୍ଟିରେ ରଖି ଫିଲ୍ମ କ୍ରିଟିକ ଅନୁମାନ କରୁଛନ୍ତି କି କରନଙ୍କ ଫିଲ୍ମକୁ କ୍ଷତି ସହିବାକୁ ପଡିପାରେ ।

ABOUT THE AUTHOR

...view details