କଟକ: ଆଜି ଲୋକପ୍ରିୟ ଓଲିଉଡ଼ ଅଭିନେତା ହର ପଟ୍ଟନାୟକଙ୍କ 62ତମ ଜନ୍ମ ବାର୍ଷିକୀ । ସେ ଓଲିଉଡର ଗଡଫାଦର ମଧ୍ୟ ଥିଲେ । ଯିଏ ଓଡ଼ିଆ ସିନେମାରେ ଅନେକ ଯୁବ କଳାକାରଙ୍କୁ ସୁଯୋଗ ଦେଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।
ଓଡିଆ ଇଣ୍ଡଷ୍ଟ୍ରିର ସେ ଏମିତି ଖଳନାୟକ ଥିଲେ ଯାହାଙ୍କ ମୃତ୍ୟୁରେ କାନ୍ଦି ପକାଇଥିଲେ ପ୍ରଶଂସକ । ଖଳନାୟକ ଭୂମିକାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ହର । ଏବେବି ତାଙ୍କ ‘ମା ରାଣ, ଫୁଲ ବୋବାଲ’, ‘ନାଇଁ ନାଇଁ ନାଇଁ ମ’, ‘ଚକମାଚୂର’ ‘କଟକଟ କଟରା’ ଡାଇଲଗକୁ ମିସ୍ କରୁଛନ୍ତି ଦର୍ଶକ ।