ଓଡିଶା

odisha

By

Published : Oct 5, 2019, 2:08 PM IST

ETV Bharat / sitara

‘ଓଡ଼ିଆ ସିନେମାରୁ ମୁହଁ ଫେରାଉଛନ୍ତି ଦର୍ଶକ’

ଧିରେ ଧିରେ ଓଡ଼ିଆ ଚଳଚ୍ଚିତ୍ରର ଚାହିଦା ଦର୍ଶକଙ୍କ ମଧ୍ୟରେ କମିବାରେ ଲାଗିଛି । ଏହାର ମୁଖ୍ୟ କାରଣ ଡିଜିଟାଲ ଦୁନିଆ ବୋଲି କହିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜିକାଲି ଦଶହରା ବଜାରରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକ ବିମୁଖ। କିନ୍ତୁ କିଛି ବର୍ଷ ପୂର୍ବେ ଯେତେବେଳେ ପୂଜାପର୍ବର କଥା ଆସେ ସିନେ ପ୍ରେମୀ ସିନେମା ହଲ ଆଡକୁ ପାଦ ବଢାଇ ଥିଲେ । ସେଥିପାଇଁ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ ଓ ପ୍ରଯୋଜକ ଭଲ ବଜେଟର ଚଳଚ୍ଚିତ୍ର ପାର୍ବଣ ସମୟରେ ରିଲିଜ କରୁଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କାରଣ ଦଶହରା, ରଜ ଆଦି ପର୍ବ ସମୟରେ ଓଡ଼ିଆ ସିନେପ୍ରେମୀ ଵି ବେଶ ପସନ୍ଦ କରନ୍ତି ଚଳଚ୍ଚିତ୍ର ଦେଖିବା ପାଇଁ। କିନ୍ତୁ କିଛି ବର୍ଷ ହେଲା ଆଉ ସେ ଭଳି ଉତ୍ସାହ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳୁନାହିଁ। ଅନ୍ୟପଟେ ଏହା ପଛର ମୁଖ୍ୟ କାରଣ ହେଉଛି ଧୀରେ ଧୀରେ ସୋସିଆଲ ମିଡିଆରେ ଶୀଘ୍ର ଓଡ଼ିଆ ଚଳଚ୍ଚିତ୍ରକୁ ରିଲିଜ କରିବା । ବିଭିନ୍ନ ଚ୍ୟାନେଲରେ ଗୋଟିଏ ମାସରୁ ଦୁଇ ମାସ ଭିତରେ ଚଳଚ୍ଚିତ୍ରକୁ ଦର୍ଶକଙ୍କ ପାଖରେ ପହଁଞ୍ଚାଇ ଦିଆଯାଉଛି ବୋଲି ଅଭିନେତା ପିଣ୍ଟୁ ନନ୍ଦ ପ୍ରତିକ୍ରିୟା ରଖିଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପାରୁନି। ଯାହା ଫଳରେ ଦର୍ଶକଙ୍କ ଭିତରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଚାହିଦା କମିବାରେ ଲାଗିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details