ଭୁବନେଶ୍ବର: ସାରା ଦେଶରେ ଏବେ କୋରୋନା ହୁହୁ ହୋଇ ବଢିଚାଲିଛି । ଆଉ ଏହାକୁ ରୋକିବା ପାଇଁ ଅନେକ ରାଜ୍ୟରେ 14 ଦିନିଆ ଲକଡାଉନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସାମିଲ ଅଛି ଓଡିଶା । ବର୍ତ୍ତମାନ ଓଡିଶାରେ ଚାଲିଛି ଲକଡାଉନ ପ୍ରକ୍ରିୟା । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ନିଜ ନିଜ ଘରେ ପରିବାର ସହ ପୁଣିଥରେ ସମୟ ବିତାଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି ଲୋକପ୍ରିୟ ହିରୋ ବାବୁସାନଙ୍କ ନୂଆ ଭିଡିଓ । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ପୁଅ ସେବାରେ ବାବୁସାନ, ଭିଡିଓ ଭାଇରାଲ - ପୁଅକୁ କାନ୍ଧରେ ଧରି ଶୁଆଉଛନ୍ତି ବାବୁସାନ
ଭାଇରାଲ ହେଉଛି ବାବୁସାନଙ୍କ ନୂଆ ଭିଡିଓ । ପୁଅକୁ କାନ୍ଧରେ ଧରି ଶୁଆଉଛନ୍ତି ଅଭିନେତା । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଫେସବୁକ@ବାବୁସାନ
ଲକଡାଉନରେ ପୁଅ ସେବାରେ ଲାଗିଛନ୍ତି ବାବୁସାନ
କଥାଟି ହେଲା ଯେ ଏଥର କୌଣସି ଫିଲ୍ମର ଭିଡିଓ ନୁହେଁ ବରଂ ନିଜ ଲାଡଲାକୁ ଶୁଆଉଥିବାର ନଜର ଆସୁଛନ୍ତି ସେ । କାନ୍ଧରେ ପୁଅକୁ ଧରି ଧୋରେ ବାଇଆ ଧୋ କହିଥିବାର ଦେଖାଯାଉଛନ୍ତି ଅଭିନେତା।ଏହି ଭିଡିଓକୁ ସେ ଫେସବୁକରେ ସେୟାର କରି ଲେଖିଛନ୍ତି, ‘ମାଇନ୍ ଜିୱାନ୍’ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ