ଭୁବନେଶ୍ବର: କୋରୋନା କବଳରେ ସାରା ଦେଶ । ଏହାସହ ଲୋକଙ୍କ ମଧ୍ୟରେ କୋରୋନାକୁ ନେଇ ଡର ମଧ୍ୟ ବଢିବାରେ ଲାଗୁଛି । ବର୍ତ୍ତମାନ ଯଦି କୌଣସି କାରଣରୁ ଦେହ ଅସୁସ୍ଥ ହେଉଛି, ତେବେ କୋରୋନା ହୋଇଛି ବୋଲି ଡର ଲାଗୁଛି । ତେବେ ଲୋକଙ୍କର ଏହି ଡରକୁ କମ୍ କରିବା ପାଇଁ ନିର୍ମାଣ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଡର’ ।
ଏଭଳି ସ୍ଥିତିରେ ଭୟଭୀତ ନ ହୋଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । କୌଣସି ଭ୍ରମ ଓ ମାନସିକ ଦୁଶ୍ଚିନ୍ତାରେ ନପଡି ନିଜେ ସତର୍କ ରୁହନ୍ତୁ ଓ ଅନ୍ୟକୁ ସତର୍କ କରାନ୍ତୁ ବୋଲି ଏହି ଫିଲ୍ମରେ ବାର୍ତ୍ତା ଦିଆଯାଇଛି । ମାନସିକ ସ୍ତରରେ ଚାପ ଗ୍ରସ୍ତ ହୋଇ ଅନେକ ସ୍ଥାନରେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି । ଏହି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ଛୋଟରାୟ ଏକ ସାମାଜିକ ବାର୍ତ୍ତା ଦେଇଛନ୍ତି ।