ଓଡିଶା

odisha

ETV Bharat / sitara

ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ‘ଐଗିରି ନନ୍ଦିନୀ’ ଭେଟି - ଅଭିନେତ୍ରୀ ସୁରମୟୀଙ୍କ ନ୍ୟୁଜ

ଆସନ୍ତା 8 ତାରିଖରେ ପୁରା ବିଶ୍ବର ମହିଳାଙ୍କ ପାଇଁ ପାଳନ ହେବ ମହିଳା ଦିବସ । ଏହା ପୂର୍ବରୁ ଓଡିଆ ମ୍ୟୁଜିକ ଭିଡିଓ ‘ଐଗିରି ନନ୍ଦିନୀ’କୁ ରିଲିଜ କରାଯାଇଛି । ଅଧିକ ପଢନ୍ତୁ...

ଲୋକାର୍ପିତ ହେଲା ଗୀତ ‘ଅୟଗିରି ନନ୍ଦିନୀ’
ଲୋକାର୍ପିତ ହେଲା ଗୀତ ‘ଅୟଗିରି ନନ୍ଦିନୀ’

By

Published : Mar 5, 2021, 7:36 AM IST

Updated : Mar 5, 2021, 8:12 AM IST

ଭୁବନେଶ୍ବର: ମହିଳା ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ମ୍ୟୁଜିକ ଭିଡିଓ ‘ଐଗିରି ନନ୍ଦିନୀ’ । ଆଉ ଏଗି ଗୀତକୁ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଥିବା ବେଳେ ଅଭିନେତ୍ରୀ ସୁରମୟୀ ଅଭିନୟ ସହ ନୃତ୍ୟ କରିଛନ୍ତି । ଗୀତଟି ଦୁର୍ଗା ମା'ଙ୍କୁ ସମର୍ପଣ କରାଯାଇ ନାରୀ ସଶକ୍ତିର ବାର୍ତ୍ତା ବହନ କରୁଛି ।

ଲୋକାର୍ପିତ ହେଲା ଗୀତ ‘ଅୟଗିରି ନନ୍ଦିନୀ’

ଓଡିଶୀ ମାଧ୍ୟମରେ ସୁରମୟୀ ନାରୀ ସୁରକ୍ଷା ଓ ସଶକ୍ତର ଗରିମାକୁ ଅତି ସୁନ୍ଦର ଭାବେ ପ୍ରତିପାଦିତ କରିଛନ୍ତି ସୁରମୟୀ। ଦେବ ମେହେର ଗୀତଟିକୁ ସଂଯୋଜନା କରିଥିବା ବେଳେ ଗୀତିକାର ସୁମିତ ଦୀକ୍ଷିତ ଗୀତଟିକୁ ସ୍ବରରେ ସଜେଇଛନ୍ତି।

ଏହି ଅବସରରେ ସୁସ୍ମିତା କହିଛନ୍ତି, ‘ମା' ସର୍ବଶକ୍ତି ବହନ କରୁଥିବାରୁ ନାରୀ ସେହି ମା'ଙ୍କ ପ୍ରତିସ୍ବରୁପ । ସବୁ ନାରୀ ସର୍ବଶକ୍ତି ବହନ କରି ନିଜର ସୁରକ୍ଷା ଓ ବିକାଶ କରିପାରିବ।’

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 5, 2021, 8:12 AM IST

ABOUT THE AUTHOR

...view details