ଓଡିଶା

odisha

ETV Bharat / sitara

ଖୁବଶୀଘ୍ର ମୁକ୍ତଲାଭ କରିବ ‘ବାଜି ବାଜି ବାବାଜୀ’

ସାରଥୀ ବାବାଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ଚଳଚ୍ଚିତ୍ର ‘ବାଜି ବାଜି ବାବାଜୀ’ ଏବେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଗତ ତିନି ବର୍ଷ ପୂର୍ବେ ହୋଇଥିଲା ଚଳଚ୍ଚିତ୍ରର ନିର୍ମାଣ ।

By

Published : Aug 8, 2019, 3:19 PM IST

ଫଟୋ ସୌଜନ୍ୟ: ମିଥୁନ ପ୍ରଡକ୍ସନ ହାଉସ

ଭୁବନେଶ୍ବର: ଦୀର୍ଘ ସମୟରୁ ଜେଲରେ ଜୀବନ କାଟୁଥିବା ଓଡ଼ିଶାର ଚର୍ଚ୍ଚିତ ସାରଥୀ ବାବ ନିକଟରେ ଜାମିନରେ ବାହାରିଛନ୍ତି । ଭଣ୍ଡ ବାବା ରୂପେ ଓଡ଼ିଶାରେ ଜଣାଶୁଣା ସାରଥୀ ବାବାଙ୍କୁ ନେଇ ଗତ ତିନି ବର୍ଷ ହେବ ଏକ ଚଳଚ୍ଚିତ୍ର ‘ବାଜି ବାଜି ବାବାଜୀ’ ନିର୍ମାଣ ହୋଇଥିଲା । କିନ୍ତୁ ସାରଥୀ ବାବାଙ୍କ ଜେଲ ଯିବା ପରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।

ମିଥୁନ ପ୍ରଡକ୍ସନ ହାଉସରେ ତିଆରି ହୋଇଥିବା ଏହି ‘ବାଜି ବାଜି ବାବାଜୀ’ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳୁଛି । ସାରଥୀ ବାବାଙ୍କ ଭୂମିକାରେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା ମଣ୍ଟୁ ମିଥୁନ । ସେହିପରି ସ୍ବର୍ଗତ ମୀନକେତନ ଚଳଚ୍ଚିତ୍ରରେ ପୋଲିସ ଭୂମିକାରେ ନଜର ଆସିବେ ।

ଫଟୋ ସୌଜନ୍ୟ: ମିଥୁନ ପ୍ରଡକ୍ସନ ହାଉସ

ଅନ୍ୟପଟେ ଚଳଚ୍ଚିତ୍ର ଲାଭର 50 ପ୍ରତିଶତ ଭାରତୀୟ ସେନା ସହ ଆଉ 50 ପ୍ରତିଶତ କ୍ୟାନ୍ସର ରୋଗୀଙ୍କୁ ଦାନ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି । ସେହିପରି ଫିଲ୍ମର ପ୍ରଯୋଜନା ସମ୍ଭାଳିଛନ୍ତି ଅରୁଣ କୁମାର ମହାପାତ୍ର ଏବଂ ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଟି. ସୌରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details