ଓଡିଶା

odisha

ETV Bharat / sitara

ରଜନୀକାନ୍ତଙ୍କ ଫିଲ୍ମରେ ଓଡ଼ିଆ ଝିଅ

ଧିରେ ଧିରେ ବଲିଉଡ, ଟଲିଉଡରେ ଓଡ଼ିଶା କଳାକାରଙ୍କ ଅଭିନୟ ଦେଖିବାକୁ ମିଳୁଛି । ପୂର୍ବରୁ ଓଡ଼ିଶାର ଅନେକ ଅଭିନେତା ଅଭିନେତ୍ରୀ ସଫଳତା ଅର୍ଜନ କରିସାରିଛନ୍ତି । ଆଉ ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଗଜପତି ଝିଅ ଦେବୋସ୍ମିତା ପଟ୍ଟନାୟକ ।

By

Published : Sep 23, 2019, 11:29 PM IST

Updated : Sep 24, 2019, 3:11 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦେବୋସ୍ମିତା ପଟ୍ଟନାୟକ

ହାଇଦ୍ରାବାଦ: ପୁଣି ଓଡ଼ିଆ ଝିଅଙ୍କ ଯାଦୁ । ସାଉଥ ଫିଲ୍ମରେ ଆସିବେ ନଜର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଝିଅ ଦେବୋସ୍ମିତା ପଟ୍ଟନାୟକ ସୁପରଷ୍ଟାର ରଜନୀକାନ୍ତଙ୍କ ଆକ୍ସନ ଥ୍ରିଲର ଫିଲ୍ମ ‘ଦରବାର’ରେ ଅଭିନୟ କରିବାକୁ ଯାଉଛନ୍ତି । ଝିଅର ସଫଳତାକୁ ନେଇ ଖୁସି ପୁରା ପରିବାର ।

ଏହି ଅବସରରେ ଦେବୋସ୍ମିତା ଇନଷ୍ଟାଗ୍ରାମରେ ଥଲାଇବା ରଜନୀକାନ୍ତଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉକି ତାମିଲ ଫିଲ୍ମ ‘ଦରବାର’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ଏଆର ମୁରୁଗାଦୋସ । ସେହିପରି ଫିଲ୍ମର ପ୍ରଯୋଜନା କରିବେ ଅଲିରାଜହ ସୁବାସ୍କରନ । ଏହି ଫିଲ୍ମଟି ଲାଇକା ପ୍ରଡକ୍ସନ ବ୍ୟାନରେ ରିଲିଜ କରାଯିବ ।

ରଜନୀକାନ୍ତ ଓ ଦେବୋସ୍ମିତାଙ୍କ ବ୍ୟତୀତ ଫିଲ୍ମରେ ନୟନତାରା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାରେ ନଜର ଆସିବେ । ‘ଦରବାର’ର ଅଡିଅ ଲଞ୍ଚିଂ ଇଭେଣ୍ଟ ନଭେମ୍ବର କିମ୍ବା ଡିସେମ୍ବରରେ କରିବାକୁ ଯାଉଛନ୍ତି ମେକର୍ସ । ସେହିପରି ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 15ରେ ରିଲିଜ କରିବାର ଯୋଜନା କରିଛନ୍ତି ନିର୍ମାତା ।

Last Updated : Sep 24, 2019, 3:11 PM IST

ABOUT THE AUTHOR

...view details