ଓଡିଶା

odisha

ETV Bharat / sitara

‘ମୁଁ ପରଦେଶୀ ଚଢେଇ’ର ଅଡି଼ଓ ରିଲିଜ - ରୋମାଣ୍ଟିକ ଚଳଚ୍ଚିତ୍ର ମୁଁ ପରଦେଶୀ ଚଢେଇ

ଦମଦାର କାହାଣୀ ନେଇ ପରଦାରେ ନଜର ଆସିବେ ହ୍ୟାଣ୍ଡସମ ଅଭିନେତା ଅର୍ଦ୍ଧେନ୍ଦୁ ଓ ଅନୁଭା ପଣ୍ଡା । ଏହି ଯୋଡିଙ୍କ ରୋମାନ୍ସ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢେଇ’ରେ ଦେଖିବାକୁ ମିଳିବ । ଯାହାର ଅଡ଼ିଓ ରିଲିଜ ହୋଇଯାଇଛି ।

mu paradesi chadhei
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 30, 2019, 1:20 PM IST

ଭୁବନେଶ୍ବର: ଶୁକ୍ରବାର ରାତିରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଚର୍ଚ୍ଚିତ ଚଳଚ୍ଚିତ୍ରରେ ‘ମୁଁ ପରଦେଶୀ ଚଢେଇ’ର ଅଡ଼ିଓ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅର୍ଦ୍ଧେନ୍ଦୁ ଓ ଅନୁଭା ପଣ୍ଡା ।

ସେହିପରି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ କେ ମୁରଲୀ କ୍ରିଷ୍ଣା । ଚଳଚ୍ଚିତ୍ରରେ ମ୍ୟୁଜିକର ତଡକା ଲଗାଇଛନ୍ତି ଆଜାଦ-ନିଜାମ । ଚଳଚ୍ଚିତ୍ରର ଅନେକ ଗୀତ ହ୍ୟୁମାନ ସାଗରଙ୍କ କଣ୍ଠରୁ ଶୁଣିବାକୁ ମିଳିବ । ମା' ସିହାସିନି ବ୍ୟାନରରେ ନିର୍ମାଣ ହୋଇଛି ‘ମୁଁ ପରଦେଶୀ ଚଢେଇ’ । ଆଉ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖାଯିବେ ଫେମସ ଅଭିନେତ୍ରୀ ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ଗୁଡୁ, ଶ୍ରୀତମ ଦାସ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details