ଓଡିଶା

odisha

ETV Bharat / sitara

ରୋମାଣ୍ଟିକ ଚଳଚ୍ଚିତ୍ର 'ମତେ ଇସ୍କ ହେଲା ରେ'ର ଶୁଭ ମହୁରତ

ଅଗଷ୍ଟରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି ଓଡ଼ିଆ ଚଳଚ୍ଚିତ୍ର 'ମତେ ଇସ୍କ ହେଲା ରେ' । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ରୁଦ୍ର ସାମଲ ।

By

Published : Jun 6, 2019, 10:43 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଧିରେଧିରେ ଓଲିଉଡ ଜଗତରେ ରୋମାଣ୍ଟିକ ଚଳଚ୍ଚିତ୍ରର ଚାହିଦା ବଢିବାରେ ଲାଗିଛି । ଇତିମଧ୍ୟରେ ଦର୍ଶକ ଆଉ ଏକ ରୋମାଣ୍ଟିକ ଚଳଚ୍ଚିତ୍ର ଦେଖିବାକୁ ଯାଉଛନ୍ତି । ଆଜ୍ଞା ହଁ, ସ୍ନେହା ଫିଲ୍ମ ଆଣ୍ଡ ପ୍ରଡକ୍ସନ ବ୍ୟାନରରେ ତିଆରି ହୋଇଥିବା ଚଳଚ୍ଚିତ୍ର 'ମତେ ଇସ୍କ ହେଲା ରେ' ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳଚ୍ଚିତ୍ରଟି ଆସନ୍ତା ଅଗଷ୍ଟ ମାସ ଶେଷ ଆଡକୁ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଯାହାର ଆଜି ଶୁଭମହୁରତ ଭୁବନେଶ୍ବର ସ୍ଥିତ ନୀଳାଦ୍ରି ବିହାରରେ ଥିବା ଇଶନେଶ୍ବର ମନ୍ଦିରରେ ରଖାଯାଇଥିଲା ।

'ମତେ ଇସ୍କ ହେଲା ରେ' ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ରୁଦ୍ର ସାମଲ । ଅନ୍ୟପଟେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ବିବେକ କୁମାର ତୁଲାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଲା । ସେହିପରି ଚଳଚ୍ଚିତ୍ର ଲେଖିଛନ୍ତି ସୁନୀଲ ବାପି ।

ABOUT THE AUTHOR

...view details