ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ । ପ୍ରେମର ଏହି ସ୍ପେଶାଲ ସିଜିନକୁ ଆଖିରେ ରଖି ପ୍ରାୟ ସମସ୍ତ ଆରମ୍ଭ କରିଛନ୍ତି ନିଜନିଜର ସ୍ପେଶାଲ ସରପ୍ରାଇଜ ପ୍ଲାନ । ଆଉ ଠିକ ସେମିତି କିଛି ପ୍ରେମ ଓ ବନ୍ଧୁତାଙ୍କୁ ନେଇ ଦେବକୀ ଏଣ୍ଟରପ୍ରାଇଜ ଆରମ୍ଭ କରିଛନ୍ତି 'ଚାଲ ଟିକେ ପ୍ରେମ କରିବା'ର ସୁଟିଂ ।
ଗତକାଲି ଭୁବନେଶ୍ବରସ୍ଥିତ ପ୍ରେସ କ୍ଲବରେ ଆରମ୍ଭ ହୋଇଛି ଫିଲ୍ମର ମହୁରତ । ଫିଲ୍ମଟି 5 ଜଣ ବନ୍ଧୁ ଓ କିଛି ଲଭଷ୍ଟୋରୀକୁ ନେଇ ଆଧାରିତ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଚିନ୍ମୟୀ ପ୍ରିୟଦର୍ଶିନୀ। ଏହି ଫିଲ୍ମର କାହାଣୀ ଦେବକୀ ସାହୁ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ଗଡନାୟକ ।