ଓଡିଶା

odisha

ETV Bharat / sitara

ପାର୍ବଣ ଋତୁରେ ଆସିଲା ‘ପ୍ରାୟଶ୍ଚିତ’ - ହଜିଯିବ ଧନ ଯଉବନ

ଦୁଇଟି ଭଜନକୁ ନେଇ ଗୁରୁବାର ଲୋକାର୍ପିତ ହୋଇଯାଇଛି ନୂଆ ଓଡ଼ିଆ ଭଜନ ପ୍ରାୟଶ୍ଚିତ । ଶିବ ରଥଙ୍କ କଣ୍ଠରେ ‘ମୁଁ ମରିଗଲେ ଦୁନିଆ କହିବ ପାପି’ ଏବଂ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ‘ହଜିଯିବ ଧନ ଯୌବନ’ ଶୁଣିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 6, 2019, 6:17 PM IST

ଭୁବନେଶ୍ବର: ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ବ୍ୟାନରରେ ମୁକ୍ତିଲାଭ କଲା ଓଡ଼ିଆ ଭଜନ ‘ପ୍ରାୟଶ୍ଚିତ’ । ଆଉ ଏଥିରେ ‘ହଜିଯିବ ଧନ ଯୌବନ ' ଏବଂ ‘ମୁ ମରିଗଲେ ଦୁନିଆ କହିବ ପାପି’ ଭଳି ଦୁଇଟି ଗୀତ ଶୁଣିବାକୁ ପାଇଛନ୍ତି ଦର୍ଶକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ମେକର୍ସ ‘ପ୍ରାୟଶ୍ଚିତ’ ଭଜନର ମୁକ୍ତିଲାଭ କରିଛନ୍ତି । ଭୁବନେଶ୍ବର ସ୍ଥିତ ୟୁନିଟ 4 ଗଣେଷ ପୂଜା ପେଣ୍ଡାଲରେ ଏହାର ମୁକ୍ତିଲାଭ କରିବାକୁ ପହଞ୍ଚିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ତାଙ୍କ ସହ ଉପସ୍ଥିତ ଥିଲେ ଭଜନର ପୁରା ଷ୍ଟାରକାଷ୍ଟ ଏବଂ ମେକର୍ସ ।

ଗାୟକ ଶିବ ରଥ ଓ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଏହି ଦୁଇଟି ଗୀତ ଗୁରୁବାର ଲୋକାର୍ପିତ ହୋଇଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ସଂଗୀତ ନିର୍ଦ୍ଦେଶକ ଯଜ୍ଞ ।

ଅନ୍ୟପଟେ ‘ହଜିଯିବ ଧନ ଯୌବନ’ ଗୀତରେ ଅଭିନୟ କରିଛନ୍ତି ଅଭିନେତା ବାବୁଲି ଓ ଅଭିନେତ୍ରୀ ରୀନା । ସେହିଭଳି ‘ମୁଁ ମରିଗଲେ ଦୁନିଆ କହିବ ପାପି’ ଗୀତରେ ଅଭିନୟ କରୁଥିବାର ନଜର ଆସିଛନ୍ତି ଅଭିନେତା ବିକ୍ରମ ଓ ଅଭିନେତ୍ରୀ ରାଣୀ ।

ABOUT THE AUTHOR

...view details