ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନରେ ରିଲିଜ ହୋଇଛି ଓଡିଆ ଆଲବମ ‘ଫେରିଛି ପୁଣି ସେ ଗୀତ’। ସୁମିତ୍ରା ଫାଉଣ୍ଡେସନ ପକ୍ଷରୁ ଏହି ଆଲବମକୁ ରେକଡ଼ିଂ କରାଯାଇଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଲଷ୍ମୀ ନାରାୟଣ ମହାନ୍ତି।
ଓଡ଼ିଆ ଆଲବମ ‘ଫେରିଛି ପୁଣି ସେ ଗୀତ’ ରିଲିଜ - ‘ଫେରିଛି ପୁଣି ସେ ଗୀତ’
ଭୁବନେଶ୍ବରର ଜୟଦେବ ଭବନରେ ରିଲିଜ ହୋଇଛି ଓଡ଼ିଆ ଆଲବମ ‘ଫେରିଛି ପୁଣି ସେ ଗୀତ’।
![ଓଡ଼ିଆ ଆଲବମ ‘ଫେରିଛି ପୁଣି ସେ ଗୀତ’ ରିଲିଜ](https://etvbharatimages.akamaized.net/etvbharat/prod-images/768-512-4495658-thumbnail-3x2-odia-album.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏଥିରି କଣ୍ଠଦାନ କରିଛନ୍ତି ଓଲିଉଡ଼ର ଜଣାଶୁଣା ଗାୟିକା ଇରା ମହାନ୍ତି, ଶଶାଙ୍କ ଶେଖର, କ୍ଷୀତି ପ୍ରକାଶ ମହାପାତ୍ର, ଛନ୍ଦା ମିଶ୍ର, ସ୍ବରାଜ ମହାନ୍ତି, ରଶ୍ମିତା ବିଶ୍ବାଳ, ଲୋରା ମହାନ୍ତି ଓ ଅର୍ଣ୍ଣବ ପଣ୍ଡା। ଆଲବମ ରିଲିଜ ବେଳେ ରାଜ୍ୟ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଶିକ୍ଷାବିତ ରାଜକିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ