କୋଲକାତା:ଗତ କିଛି ଦିନ ଧରି ନିଜ ସମ୍ପର୍କକୁ ନେଇ ଖବରରେ ଆଗରେ ରହୁଥିବା TMC ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ନିଜର ବେବି ବମ୍ପ ସହ ଫଟୋ ସେୟାର କରି ଗର୍ଭବତୀ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି ।
ଗତ 6 ମାସ ଧରି ନୁସରତ ତାଙ୍କ ସ୍ବାମୀଙ୍କ ସହ ରହୁ ନ ଥିବାବେଳେ ଏହି ଅନ୍ୟ କିଛି ସାଥୀ କଳାକାରଙ୍କ ସହିତ ଥିବା ଏକ ଫଟୋ ପୋଷ୍ଟ କରି ଗର୍ଭବତୀ ଥିବାର ଖବର ଦେଇଛନ୍ତି । ତେବେ ତିନି ମାସ ତଳେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ଗର୍ଭବତୀ ହେବାର ସନ୍ଦେହକୁ ସୃଷ୍ଟି କରିଥିଲେ । ସେ ନିଜ ପୋଷ୍ଟରେ ଲେଖିଥିଲେ,"ତୁମେ ଆମ ଜୀବନ ଶୈଳୀରେ ଫୁଟିବ।" ଏପରିକି ଗୋଟିଏ ଶବ୍ଦ ଉଚ୍ଚାରଣ ନ କରି, ନୁସରତ ନିଜ ଗର୍ଭବତୀ ଖବରକୁ କୌଶଳ କ୍ରମେ ଦୁନିଆକୁ ଜଣାଇଥିଲେ ।