କୋଲକାତା: ମାତୃତ୍ବର ସୁଖକୁ ମନଭରି ଉପଭୋଗ କରୁଛନ୍ତି ନୂଆକରି ମା' ହୋଇଥିବା ବଙ୍ଗୀୟ ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ ଜାହାଁ । ୨୬ ଅଗଷ୍ଟରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ନୁସରତ । ଅଭିନେତ୍ରୀଙ୍କ ମା' ହେବାର ଖବର ଯେତିକି ଚର୍ଚ୍ଚାରେ ରହିଛି ତାଠୁ ଅଧିକ ଚର୍ଚ୍ଚାରେ ଅଛି ତାଙ୍କ ପୁଅର ନାଁ । ସୂଚନା ଅନୁଯାୟୀ, ନିଜ ପୁଅର ନାଁ 'ଇଶାନ' ରଖିଛନ୍ତି ନୁସରତ । ଏହାକୁ ଇଂରାଜୀରେ ଲେଖାଯିବ 'Yishaan' । ସୋସିଆଲ ମିଡିଆରେ ନୁସରତଙ୍କ ପୁଅର ନାଁକୁ ନେଇ ଚର୍ଚ୍ଚାରୁ ଅଧିକ ସସପେନ୍ସ ଲାଗିରହିଛି ।
Nusrat Jahan Baby: ପୁଅର ନାମକରଣ କଲେ ନୁସରତ, ଅଭିନେତା ୟଶଙ୍କ ସହ କଣ କନେକ୍ସନ ? ୨୦୧୯ରେ ହୋଇଥିଲା ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହ । ତୁର୍କିରେ ନିଖିଲ ଜୈନଙ୍କ ସହ ବୈବାହିକ ସମ୍ପର୍କରେ ବାନ୍ଧି ହୋଇଥିଲେ ନୁସରତ । ହେଲେ ଏବେ ସେ ନିଖିଲଙ୍କଠୁ ଅଲଗା ରହୁଛନ୍ତି । ନିଖିଲଙ୍କ ସହ ବିବାହ ଅମାନ୍ୟ ବୋଲି କହି ଏହା ହିନ୍ଦୁ ବିବାହ ଅଧିନିୟମ ଅନ୍ତର୍ଗତ ପଞ୍ଜୀକୃତ ନୁହେଁ ବୋଲି ଦେଇଥିଲେ ବୟାନ । ନିଖିଲଙ୍କ ସହ ବିବାହକୁ ଲିଭ-ଇନ ରିଲେସନସିପର ଆଖ୍ୟା ଦେଇଥିଲେ ନୁସରତ । ତେବେ ବର୍ତ୍ତମାନ ମା' ହେବା ପରେ ଏହି ପୁଅକୁ ନିଜର ବୋଲି ମାନି ନାହାନ୍ତି ନିଖିଲ । ଉଭୟ ସ୍ବାମୀ ସ୍ତ୍ରୀ ସାଙ୍ଗରେ ରହୁନଥିବାର ଏହି ପିଲା ମୋର ନୁହେଁ ବୋଲି ନିଖିଲ ନିଜ ବୟାନରେ କହିଛନ୍ତି ।
Nusrat Jahan Baby: ପୁଅର ନାମକରଣ କଲେ ନୁସରତ, ଅଭିନେତା ୟଶଙ୍କ ସହ କଣ କନେକ୍ସନ ? ସେପଟେ ପୂର୍ବରୁ ଅଭିନେତା ୟଶ ଗୁପ୍ତାଙ୍କ ସହ ନୁସରତଙ୍କ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଉଭୟ କେବେ ବି ନିଜ ରିଲେସନସିପକୁ ନେଇ ପ୍ରତିକ୍ରିୟା ଦେଇନାହାଁନ୍ତି । ଖବର ଅନୁଯାୟୀ, ପ୍ରସବ ସମୟରେ ୟଶଙ୍କ ସହ ଥିଲେ ନୁସରତ । ତେବେ ପୁଅ ଇଶାନକୁ ଯଦି ୟଶ ଓ ନୁସରତଙ୍କ ନାଁ ସହ ଯୋଡି ଦେଖାଯାଏ, ତାହେଲେ ଏଥିରେ ସାମଞ୍ଜସ୍ୟ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
Nusrat Jahan Baby: ପୁଅର ନାମକରଣ କଲେ ନୁସରତ, ଅଭିନେତା ୟଶଙ୍କ ସହ କଣ କନେକ୍ସନ ? ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଗର୍ଭବତୀ ଖବର ଜୁନ ମାସରେ ଆସିଥିଲା । ଏକ ଫଟୋରେ ନୁସରତଙ୍କ ବେବିବମ୍ପ ଦେଖାଯିବା ପରେ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ନୁସରତ ଓ ସ୍ବାମୀ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ନିଖିଲଙ୍କୁ ନୁସରତଙ୍କ ଗର୍ଭବତୀ ସମ୍ପର୍କରେ କିଛି ଜଣାନାହିଁ ବୋଲି ସେ କହିଥିଲେ । ଉଭୟ ଅଲଗା ରହୁଛନ୍ତି ବୋଲି ନିଖିଲ କହିଥିଲେ । ନିଖିଲଙ୍କ ଏହି ବୟାନ ପରେ ବଙ୍ଗୀୟ ଆକ୍ଟର ୟଶ୍ ଦାସ ଗୁପ୍ତାଙ୍କ ସହିତ ନୁସରତଙ୍କ ସମ୍ପର୍କକୁ ନେଇ ମଧ୍ୟ ହୋଇଥିଲା ଚର୍ଚ୍ଚା ।
Nusrat Jahan Baby: ପୁଅର ନାମକରଣ କଲେ ନୁସରତ, ଅଭିନେତା ୟଶଙ୍କ ସହ କଣ କନେକ୍ସନ ? ନୁସରତ ୨୦୧୯ ମସିହା ଜୁନ ୧୯ ତାରିଖରେ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଥିଲେ । ଉଭୟଙ୍କ ବିବାହ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହୋଇଥିଲା । ଏହାପରେ ବାହାଘର ରିସେପ୍ସନ ସେମାନେ କୋଲକାତାର ITC ରୟାଲ ହୋଟେଲରେ ଦେଇଥିଲେ ।
Nusrat Jahan Baby: ପୁଅର ନାମକରଣ କଲେ ନୁସରତ, ଅଭିନେତା ୟଶଙ୍କ ସହ କଣ କନେକ୍ସନ ?