ଓଡିଶା

odisha

ETV Bharat / sitara

ଲୋକପ୍ରିୟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ କୋରୋନା ପଜିଟିଭ, ଆରୋଗ୍ୟ କାମନା କଲେ ମମତା - ବେଙ୍ଗଲୀ ଅଭିନେତା ସୌମିତ୍ର ଚାଟାର୍ଜୀ

ଲୋକପ୍ରିୟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ ମହାମାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ବିଶିଷ୍ଟ ବେଙ୍ଗଲୀ ଅଭିନେତା ସୌମିତ୍ର ଚାଟାର୍ଜୀ କୋରୋନା ପଜିଟିଭ, ଆରୋଗ୍ୟ କାମନା କଲେ ମମତା
ବିଶିଷ୍ଟ ବେଙ୍ଗଲୀ ଅଭିନେତା ସୌମିତ୍ର ଚାଟାର୍ଜୀ କୋରୋନା ପଜିଟିଭ, ଆରୋଗ୍ୟ କାମନା କଲେ ମମତା

By

Published : Oct 6, 2020, 6:18 PM IST

କୋଲକାତା: ପଶ୍ଚିମବଙ୍ଗର ଜଣାଶୁଣା ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ ମହାମାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଅଭିନେତା ଚାଟାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ବିଶିଷ୍ଟ ବେଙ୍ଗଲୀ ଅଭିନେତା ସୌମିତ୍ର ଚାଟାର୍ଜୀ କୋରୋନା ପଜିଟିଭ, ଆରୋଗ୍ୟ କାମନା କଲେ ମମତା

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଖ୍ୟାତ ଅଭିନେତା ସୌମିତ୍ରଙ୍କୁ କୋଲକାତାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ଦିନରୁ ସୌମିତ୍ର ଜ୍ବର ଯୋଗୁଁ ଅସୁସ୍ଥତା ଅନୁଭବ କରୁଥିଲେ । ଏହି ସମୟରେ ସେ ନିର୍ଦ୍ଦେଶକ ପ୍ରମବର୍ତ୍ତ ଚଟ୍ଟୋପାଧ୍ୟାୟଙ୍କ ନିର୍ଦ୍ଦେଶିତ ଏକ ଡକ୍ୟୁମେଣ୍ଟାରୀର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିଲେ ।

ସୌମିତ୍ରଙ୍କ କୋରୋନା ପଜିଟିଭ ଖବର ପାଇବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ABOUT THE AUTHOR

...view details