ଓଡିଶା

odisha

ETV Bharat / sitara

Radhe Shyamର ରିଲିଜ ତାରିଖରେ ହେବନି ପରିବର୍ତ୍ତନ

'RRR' ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ରାଧେ ଶ୍ୟାମକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହାର ରିଲିଜ ତାରିଖ ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

By

Published : Jan 2, 2022, 7:11 PM IST

Radhe Shyamର ରିଲିଜ ତାରିଖ ହେବନି ପରିବର୍ତ୍ତନ
Radhe Shyamର ରିଲିଜ ତାରିଖ ହେବନି ପରିବର୍ତ୍ତନ

ହାଇଦ୍ରାବାଦ: ଫିଲ୍ମ 'RRR'ର ରିଲିଜ ତାରିଖ ଘୁଞ୍ଚାଯିବା ପରେ ପ୍ରଭାସଙ୍କ ଅଭିନୀତ 'Radhe Shyam' ଫିଲ୍ମର ରିଲିଜ ତାରିଖକୁ ନେଇ ମଧ୍ୟ ହୋଇଛି ଚର୍ଚ୍ଚା । ତେବେ ଏହି ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ ହେଉନାହିଁ ବୋଲି ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଯିବା ଗୁମର ପରେ ଫ୍ୟାନ୍ସ ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା ।

ଏ ନେଇ UV Creation ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାର ଅଫିସିଆଲ ବିବୃତ୍ତିରେ କୁହାଯାଇଛି ଯେ, " ରାଧେ ଶ୍ୟାମର ରିଲିଜ ତାରିଖରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୧୪ ତାରିଖରେ ବଡ଼ ପରଦାରେ ରିଲିଜ ହେବ । ଗୁମର ଉପରେ ବିଶ୍ବାସ କରନ୍ତୁ ନାହିଁ ।" ଏହି ଗୁମର ଉଠିବା ପରେ ମେକର୍ସ ରିଲିଜ ତାରିଖ ସହିତ ଏକ ପୋଷ୍ଟର ରିଲିଜ କରିଛନ୍ତି । ଫ୍ୟାନ୍ସଙ୍କ ମନରେ ବିଶ୍ବାସ ଆଣିବା ପାଇଁ ପୁଣି ନୂଆ ପୋଷ୍ଟରକୁ ରିଲିଜ କରାଯାଇଛି ।

ଏହା ବି ପଢନ୍ତୁ: ସୁଟିଂକୁ ଫେରିଲେ ବିକି, Hug କରି ଏୟାରପୋର୍ଟରେ ବିଦାୟ ଦେଲେ କ୍ୟାଟ୍‌

ସାଉଥ ସୁପରଷ୍ଟାର ପ୍ରଭାସ ଓ ପୁଜା ହେଗଡ଼େଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତେବେ ସୂଚନା ଥାଉ କି ଦେଶରେ ନୂଆ ଭାରିଏଣ୍ଟ ଓମିକ୍ରନ ବ୍ୟାପିବା ପରେ ତୃତୀୟ ଲହରକୁ ନେଇ ଲୋକେ ଚିନ୍ତାଗ୍ରସ୍ତ ଥିଲେ । ଭାରତ ସରକାର ମଧ୍ୟ କିଛି କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details