ଓଡିଶା

odisha

By

Published : Jun 11, 2020, 6:55 PM IST

ETV Bharat / sitara

କୃଷ୍ଣକାୟଙ୍କ ସମର୍ଥନରେ ଫିଲ୍ମ ଓ ଶୋ’ ଦେଖାଇବ ନେଟଫ୍ଲିକ୍ସ

ପରିସ୍ଥିତିକୁ ଦେଖି ନେଟଫ୍ଲିକ୍ସ କୃଷ୍ଣକାୟଙ୍କ ସମର୍ଥନରେ ଶୋ, ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଚଲାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ 45ଟି ଟାଇଟେଲ ସଂଗ୍ରହ କରିଛି ନେଟଫ୍ଲିକ୍ସ । ଅଧିକ ପଢନ୍ତୁ.....

କୃଷ୍ଣକାୟ ଲୋକଙ୍କ ସମର୍ଥନରେ ଫିଲ୍ମ ଓ ଶୋ ଦେଖାଇବ ନେଟଫ୍ଲିକ୍ସ
କୃଷ୍ଣକାୟ ଲୋକଙ୍କ ସମର୍ଥନରେ ଫିଲ୍ମ ଓ ଶୋ ଦେଖାଇବ ନେଟଫ୍ଲିକ୍ସ

ୱାଶିଂଟନ: ଆମେରିକାରେ ବର୍ତ୍ତମାନ କୃଷ୍ଣକାୟଙ୍କ ସମର୍ଥନରେ ବିକ୍ଷୋଭ ଜୋରଦାର ହୋଇଛି । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆଫ୍ରିକୀୟ-ଆମେରିକୀୟଙ୍କ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଜନତାଙ୍କଠାରୁ ସେଲିବ୍ରିଟି । ଏହି ଅବସରରେ ଅନଲାଇନ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ନିଆରା ଉପାୟ ବାହାର କରିଛି ।

ପରିସ୍ଥିତିକୁ ଦେଖି ନେଟଫ୍ଲିକ୍ସ କୃଷ୍ଣକାୟଙ୍କ ସମର୍ଥନରେ ଶୋ, ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଚଲାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ 45ଟି ଟାଇଟେଲ ସଂଗ୍ରହ କରିଛି ନେଟଫ୍ଲିକ୍ସ । ଏହି ସମସ୍ତ କାହାଣୀ ଆଫ୍ରିକୀୟ-ଆମେରିକୀୟଙ୍କ ଜାତିଭେଦ ସମସ୍ୟା ଉପରେ ଆଧାରିତ । ବ୍ଲାକ୍ ଲାଇଭ୍ସ ମ୍ୟାଟର୍ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ଶୋ ପ୍ରଦର୍ଶିତ କରାଯିବ । ସମସ୍ତ ଆମେରିକୀୟ ସବସ୍କ୍ରାଇବରଙ୍କ ପାଇଁ ଏହା ଉପଲବ୍ଧ ହେବ ବୋଲି ନେଟଫ୍ଲିକ୍ସ ସୂଚନା ଦେଇଛି ।

ଏଥିପାଇଁ ନିଜ ପ୍ଲାଟଫର୍ମରେ ଆଡ୍ ଆରମ୍ଭ କରିଛି ଏହି ଭିଡିଓ ଆପ୍ କମ୍ପାନୀ । ନେଟଫ୍ଲିକ୍ସର କଲେକ୍ସନ ମଧ୍ୟରେ ରହିଛି ଓସ୍କାର ବିଜୟୀ ଫିଲ୍ମ ମୁନଲାଇଟ୍ । ନିଜର ୟୁଟ୍ୟୁବ ପେଜରେ ଏହା ଉପରେ ପ୍ରକାଶ କରିଛି କମ୍ପାନୀ । ବର୍ତ୍ତମାନ ପରିସ୍ଥିତିରେ ବ୍ଲାକ୍ ଲୋକଙ୍କ ସମ୍ପର୍କରେ ଜାଣିବା ପ୍ରତି ଆମେରିକାବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ଏପରି ଶୋର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅତୀତରେ ଅନେକ ସମସ୍ୟା ଓ କଷ୍ଟର ସମ୍ମୁଖୀନ ହୋଇଛନ୍ତି କୃଷ୍ଣକାୟ ଲୋକ । ଯାହାକୁ ଲୋକଙ୍କ ସାମନାକୁ ଆଣିବାର ଏହା ଏକ ଛୋଟ ପ୍ରୟାସ ବୋଲି ନେଟଫ୍ଲିକ୍ସ ଟ୍ବିଟ୍ କରି କହିଛି ।

ୟୁଜର୍ସଙ୍କ ପାଇଁ ଏକ ନୂଆ ବ୍ଲାକ୍ ଲାଇଭ୍ସ ମ୍ୟାଟର୍ ଅପସନ ଅପଗ୍ରେଡ କରାଯାଇଛି । ଏହା ଉପରେ କ୍ଲିକ୍ କଲେ ଏହି ସମସ୍ତ ଶୋ, ଫିଲ୍ମ ଓ ଡକ୍ୟୁମେଣ୍ଟାରୀର ଲିଷ୍ଟ ବାହାରିବ । ଯେଉଁଥିରୁ ନିଜ ମନ ପସନ୍ଦର କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ଆମେରିକାବାସୀ ।

ABOUT THE AUTHOR

...view details