ଓଡିଶା

odisha

ETV Bharat / sitara

ମା'ଙ୍କ ବିରୋଧରେ ଉଠିଥିବା ଟ୍ରୋଲର କଡା ଜବାବ ଦେଲେ ବିଗ ବିଙ୍କ ନାତୁଣୀ - ନବ୍ୟା ନାଭେଲି ନନ୍ଦୁ

ବିଗ ବିଙ୍କ ନାତୁଣୀ ନବ୍ୟା ନିଜ ମା'ଙ୍କ ବିରୋଧରେ ଉପୁଜିଥିବା ଟ୍ରୋଲର କଡ଼ା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ...

Navya Naveli Nanda politely shuts troll who tried to demean mom Shweta Bachchan
ମା'ଙ୍କ ବିରୋଧରେ ଉଠିଥିବା ଟ୍ରୋଲର କଡା ଜବାବ ଦେଲେ ବିଗ ବିଙ୍କ ନାତୁଣୀ

By

Published : Feb 17, 2021, 8:00 PM IST

ହାଇଦ୍ରାବାଦ: ବଲିଉଡ ଆଇକନ୍ ଅମିତାଭ ବଚ୍ଚନଙ୍କ ନାତୁଣୀ ବ୍ୟତୀତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ନବ୍ୟା ନାଭେଲି ନନ୍ଦା ଉଦ୍ୟମ କରୁଛନ୍ତି । ଖୁବଶୀଘ୍ର ପାରିବାରିକ ବ୍ୟବସାୟରେ ଯୋଗ ଦେବାକୁ ଥିବା ନବ୍ୟା ତାଙ୍କ ମା' ଶ୍ୱେତା ବଚ୍ଚନ ନନ୍ଦାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ଏକ ଟ୍ରୋଲକୁ ଶାନ୍ତ ଭାବରେ ବନ୍ଦ କରିଥିବା ଜଣାପଡିଛି ।

ମା'ଙ୍କ ବିରୋଧରେ ଉଠିଥିବା ଟ୍ରୋଲର କଡା ଜବାବ ଦେଲେ ବିଗ ବିଙ୍କ ନାତୁଣୀ

ନିକଟରେ ଏକ ସାକ୍ଷାତକାରରେ ନବ୍ୟା କହିଛନ୍ତି ଯେ ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ସେମାନଙ୍କର ପାରିବାରିକ ବ୍ୟବସାୟର ନେତୃତ୍ୱ ନେବେ । ବର୍ତ୍ତମାନର ଯୁଗରେ ମହିଳାମାନେ ନେତୃତ୍ୱ ନେଉଥିବା ମହତ୍ତ୍ବ ବିଷୟରେ କହିବା ସହିତ ତାଙ୍କ ଜେଜେବାପା ଏଚପି ନନ୍ଦାଙ୍କୁ ଗର୍ବିତ କରିବାକୁ ସେ ଆଗ୍ରହୀ ଥିବା ଦେଖିବାକୁ ମିଳିଥିଲା ।

ନବ୍ୟା ମହିଳା ସଶକ୍ତିକରଣ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ କରିବେ ବୋଲି କହିଥିଲେ । ଏହିଭଳି କାର୍ଯ୍ୟ ନିଜ ପରିବାରରେ ତାଙ୍କ ଚାରିପାଖରେ କାର୍ଯ୍ୟରତ ମହିଳାଙ୍କୁ ଦେଖି ସେ ଅନୁପ୍ରାଣିତ ବୋଲି କହିଛନ୍ତି । ଏହା ପରେ ଏକ ଟ୍ରୋଲ ନବ୍ୟାଙ୍କ ମା' ଶ୍ୱେତାଙ୍କୁ ନେଇ ଉପୁଜିଥିଲା ଏବଂ ଯେଉଁଥିରେ ଶ୍ବେତା କ'ଣ କରନ୍ତି ବୋଲି ପ୍ରଶ୍ନ ଉଠିଥିଲା । ତେବେ 23 ବର୍ଷୀୟ ଶ୍ବେତା ଭଦ୍ର ଭାବରେ ଏହାର ଜବାବ ଦେଇଛନ୍ତି ।

ସେ ଏହି ଟ୍ରୋଲର ଯବାବରେ 'ମା ଏବଂ ପତ୍ନୀ' ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସଶକ୍ତିକରଣ ବାର୍ତ୍ତା ସେୟାର କରିଥିଲେ । ନବ୍ୟା ଟ୍ରୋଲକୁ ଉତ୍ତର ଦେଇ ଲେଖିଥିଲେ, " ସେ ଜଣେ ଲେଖକ, ଡିଜାଇନର୍, ପତ୍ନୀ ଏବଂ ମାତା ।" ଆହୁରି ମଧ୍ୟ ସେ ଏକ ନୋଟରେ ପ୍ରକାଶ କରିଛନ୍ତି ଯେ ଜଣେ ମା' ହେବା ଏକ ପୂର୍ଣ୍ଣକାଳୀନ କାର୍ଯ୍ୟ ଏବଂ ଏହି ମହିଳାମାନଙ୍କୁ ଅସମ୍ମାନ କରିବା ଉଚିତ୍ ନୁହେଁ । ତାଙ୍କ ପ୍ରକଳ୍ପ ଲିଙ୍ଗ ଅସମାନତା ଉପରେ ଆଧାରିତ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details