ଓଡିଶା

odisha

ETV Bharat / sitara

ମଞ୍ଚସ୍ଥ ହେଲା ନାଟକ ‘କ୍ଷତିପୂରଣ’

ଆୟୋଜିତ ହୋଇଯାଇଛି ଚର୍ଚ୍ଚିତ ନାଟକ ‘କ୍ଷତିପୂରଣ’ । ଯାହାର ନିର୍ଦ୍ଦେଶନା ଦେବଦତ୍ତ ପତି କରିଥିବା ବେଳେ କାହାଣୀ ଲେଖିଛନ୍ତି ଭୀଷ୍ମ ସାହାଣୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 7, 2019, 7:38 AM IST

ଭୁବନେଶ୍ବର: ଦଙ୍ଗା ଉପରେ ଦଙ୍ଗା କିଭଳି ହେବ ‘କ୍ଷତିପୂରଣ’ । ଏଭଳି କିଛି ବାସ୍ତବିକତାକୁ ନେଇ ମଞ୍ଚସ୍ତ ହେଲା ନାଟକ ‘କ୍ଷତିପୂରଣ’ । କେମତି ଗାଁ ଗାଁ ମଧ୍ୟରେ ବିଭିନ୍ନ କାରଣରୁ ନେଇ ଧଙ୍ଗା ହୋଇଥାଏ ତାହା ନେଇ ପର୍ଯ୍ୟବେଷିତ ‘କ୍ଷତିପୂରଣ’ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୀଷ୍ମ ସାହାଣୀଙ୍କ ନାଟକ ‘କ୍ଷତି ପୁରଣ’ ଶୁକ୍ରବାର ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପରେ ପରିବେଷଣ ହୋଇଯାଇଛି । ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବଦତ୍ତ ପତି ।

ଏହି ନାଟକରେ ରାଜନୀତିର ଝଲକ ମଧ୍ୟ ଦେଖିବାକୁ ମିଳିଛି । କେମିତି ନିର୍ବାଚନ ସମୟରେ ସରକାର ଯୋଜନା ଉପରେ ଯୋଜନା କରିବାକୁ ପ୍ରତିଶୃତି ଦିଅନ୍ତି । ଆଉ ନିର୍ବାଚନରେ ଜିତିବା ପରେ ସବୁ ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଥାଏ । ଯାହା ପାଇଁ ନିରୀହ ଜନତାଙ୍କ ବଳିପଡିଥାଏ ଏମିତି କିଛି କାହାଣୀକୁ ‘କ୍ଷତିପୂରଣ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

ଭୁବନେଶ୍ବରରୁ ଶତରୂପା ସମାନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details