ହାଇଦ୍ରାବାଦ: ପପୁଲାର ଅଭିନେତ୍ରୀ, ନିର୍ଦ୍ଦେଶିକା ଓଡିଆ ଝିଅ ନନ୍ଦିତା ଦାସ ଖୁବଶୀଘ୍ର ତେଲୁଗୁ ଫିଲ୍ମରେ ନଜର ଆସିବେ । ଯାହାର ଫାଷ୍ଟ ସିଡ୍ୟୁଲ ସୁଟିଂ ମଧ୍ୟ ସେ କରିସାରିଛନ୍ତି । ସେ ତେଲୁଗୁ ଲୋକପ୍ରିୟ ଅଭିନେତ୍ରୀ ସାଇ ପଲଭି ଓ ରାଣା ଦଗ୍ଗୁବତୀଙ୍କ ଅଭିନୀତ ଫିଲ୍ମ ‘ବିରତାପରଭମ’ରେ କମବ୍ୟାକ କରିବାକୁ ଯାଉଛନ୍ତି । ଯାହର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ଭେନୁ ଉଡୁଗୁଲା ।
ତେଲୁଗୁ ଫିଲ୍ମରେ କମବ୍ୟାକ କରିବେ ନନ୍ଦିତା
ଦୀର୍ଘ ସମୟ ପରେ ଦର୍ଶକ ପୁଣି ପରଦାରେ ଦେଖିବାକୁ ପାଇବେ ଅଭିନେତ୍ରୀ ନନ୍ଦିତା ଦାସଙ୍କ ଅଭିନୟ । ସେ ତେଲୁଗୁ ଚର୍ଚ୍ଚିତ ଫିଲ୍ମ ‘ବିରାତାପରଭମ’ରେ ନଜର ଆସିବେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନନ୍ଦିତା ଦାସ
ଏହି ପ୍ରୋଜେକ୍ଟ ଜରିଆରେ ଦୀର୍ଘ ସମୟ ପରେ ନନ୍ଦିତା ତେଲୁଗୁ ଇଣ୍ଡଷ୍ଟ୍ରିରେ ଦେଖାଯିବେ । ତାଙ୍କ ଶେଷ ତେଲୁଗୁ ଫିଲ୍ମ 2006ରେ ଆସିଥିବା ‘କମଲି’ ଥିଲା ।
ଫିଲ୍ମରେ ତାଙ୍କ ଭୂମିକା ଖୁବ କମ ସମୟ ପାଇଁ ଥିଲେ ମଧ୍ୟ ମହତ୍ବପୂର୍ଣ୍ଣ ଭୂମିକାରେ ସେ ଅଭିନୟ କରିବାକୁ ନେଇ ଖୁସି ଅଛନ୍ତି । ପ୍ରକାଶ ଥାଉକି ‘ବିରତାପରଭମ’ ଫିଲ୍ମଟି ନକ୍ସଲ ଆନ୍ଦୋଳନକୁ ନେଇ ଆଧାରିତ । ଫିଲ୍ମର ବ୍ୟାକରାଉଣ୍ଡ 1990 ମସିହାର ଦେଖିବାକୁ ପାଇବେ ଦର୍ଶକ । ବର୍ତ୍ତମାନ ଫିଲ୍ମର ସୁଟିଂ ହାଇଦ୍ରାବାଦରେ ଜୋରୋସୋରରେ ଚାଲିଛି ।