ଓଡିଶା

odisha

ETV Bharat / sitara

ସର୍ଟ ଫିଲ୍ମ ପ୍ରତିଯୋଗିତା: ‘ଅଭିନନ୍ଦନ’କୁ ଶ୍ରେଷ୍ଠ ପୁରସ୍କାର - ମୁନ୍ନାଙ୍କ ଅଭିନୀତ ଫିଲ୍ମ ‘ଅଭିନନ୍ଦନ’

ଆୟୋଜିତ ହୋଇଯାଇଛି ସର୍ଟ ଫିଲ୍ମ ପ୍ରତିଯୋଗୀତା । ଯେଉଁଥିରେ 26 ଫିଲ୍ମକୁ ପଛରେ ପକାଇ ବାଜି ମାରିନେଇଛି ମୁନ୍ନାଙ୍କ ଅଭିନୀତ ଫିଲ୍ମ ‘ଅଭିନନ୍ଦନ’ । ଅଧିକ ପଢନ୍ତୁ...

ସର୍ଟ ଫିଲ୍ମ ପ୍ରତିଯୋଗିତା: ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଜିତିଲା ‘ଅଭିନନ୍ଦନ’
ସର୍ଟ ଫିଲ୍ମ ପ୍ରତିଯୋଗିତା: ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଜିତିଲା ‘ଅଭିନନ୍ଦନ’

By

Published : Apr 6, 2021, 12:27 PM IST

ନବରଙ୍ଗପୁର: ଜୟପୁର ଠାରେ ଅନୁଷ୍ଠିତ ହୋଇଥିବା ସର୍ଟ ଫିଲ୍ମ ପ୍ରତିଯୋଗିତାରେ ମୋଟ 26ଟି ଫିଲ୍ମ ମଧରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ବାରା ନିର୍ମିତ ଓ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦେଶିତ ଫିଲ୍ମ ‘ଅଭିନନ୍ଦନ’ ବିଜୟ ହାସିଲ କରିଛି । ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ ଅଭିନୀତ ଏହି ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ଏଥି ସହ ପୁରସ୍କାର ବାବଦରେ 25 ହଜାର ଟଙ୍କା ଓ ମାନପତ୍ର ନିର୍ମାତାଙ୍କୁ ମିଳିଛି। ଏହି ଫିଲ୍ମରେ ଜଣାଶୁଣା ଡ୍ରାମା କଳାକାର ସଞ୍ଜୀବ ସିଂ, କାଳିକିଙ୍କର ପଟ୍ଟନାୟକ, ବିଷ୍ଣୁ ବିଷୋୟୀ, ଟିଙ୍କୁ ଜୈନ, ଲଷ୍ମୀ ସିଂ, ଟଙ୍କ ଯାନୀ, ନିର୍ମଳ ସାହୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ତ୍ରିଶକ୍ତି ଦଳରେ ସଂଯୋଜିକା ଭାବରେ ଡା. ସଂଯୁକ୍ତା ପଣ୍ଡା ଏବଂ ପ୍ରଯୋଜନା ସଂଚାଳକ ଭାବରେ ତୁଷାର କାନ୍ତି ଖୋସଲା ଏହି ଫିଲ୍ମରେ ସହଯୋଗ କରିଥିବା ବେଳେ କୁମାର ସମର ଗୀତ ଗାଇଛନ୍ତି। ତ୍ରିଶକ୍ତି ଦଳ ବିଭିନ୍ନ ଆଠ ଗୋଟି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ କାହାଣୀ ଭାବରେ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି ।

ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ସମସ୍ତ କଳାକାର ନିର୍ଦ୍ଦେଶକ ତଥା ବରିଷ୍ଠ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ନିର୍ଦ୍ଦେଶକ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଜୟପୁର କଳା ଓ କଳାକାର ଗ୍ରୁପ ଏବଂ ବିଚାରକ ଭାବରେ ଦାଇତ୍ବ ତୁଲାଇ ଥିବା ବରିଷ୍ଠ ନିର୍ଦ୍ଦେଶକ ଗୋପାଳ ସାମନ୍ତରାୟ, ବାମଦେବ ମହାପାତ୍ର ଏବଂ ସନ୍ତୋଷ ଦାସ ପ୍ରମୁଖଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ନବରଙ୍ଗପୁର ଜିଲ୍ଲା କଳାକାରଙ୍କ ମଧରେ ଖୁସିର ଲହରୀ ଖେଳିଯାଇଛି। ସେପଟେ ମୁନ୍ନା ଖାନ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details