ଓଡିଶା

odisha

ETV Bharat / sitara

ଫ୍ୟାନଙ୍କ ସହ ସମୟ ଅତିବାହିତ କରୁଛନ୍ତି ମୋନାଲିସା

ଭିଗୋ ଭିଡିଓ ଆପର 'ଫ୍ୟାନ ପାୱାର' ଅଭିଯାନ ଆରମ୍ଭ କଲେ ଅଭିନେତ୍ରୀ ମୋନାଲିସା । ଏହି 'ଫ୍ୟାନ ପାୱାର' ଅଭିଯାନ ଜରିଆରେ ସେ ନିଜ ଫ୍ୟାନ୍ସ ଓ ପ୍ରଶଂସକଙ୍କ ସହ ସମ୍ପୃକ୍ତ ହୋଇପାରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ମୋନାଲିସା

By

Published : Jun 26, 2019, 11:52 PM IST

ମୁମ୍ବାଇ: 'ବିଗ ବସ' ସିଜନ 10ରୁ ଫେମସ ହୋଇଥିବା ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଏବେ ଡିଜିଟାଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ହୋଇଛନ୍ତି । ଛୋଟ ପରଦାର ଲୋକପ୍ରିୟ ଶୋ 'ନଜର'ରେ ଅଭିନୟ କରିଥିବା ମୋନାଲିସା ଏବେ ଭିଗୋ ଭିଡିଓ ଆପର 'ଫ୍ୟାନ ପାୱାର' ଅଭିଯାନ ଆରମ୍ଭ କରିଛନ୍ତି ।

ଭିଗୋ ଭିଡିଓ ଆପ ତରଫରୁ ନିଜ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଆଗକୁ ବଢାଇବା ଏବଂ ତାଙ୍କୁ ପୁରସ୍କୃତ କରିବା ଲକ୍ଷରେ ପ୍ରଶଂସକ ଏବଂ ଫଲୋୟର୍ସଙ୍କୁ ଆକର୍ଷିତ କରିବା ପାଇଁ ଜୁନ 20ରେ 'ଫ୍ୟାନ ପାୱର' ସିଜନ -4 ଅଭିଯାନ ଆରମ୍ଭ କରିଛି । ଏଥିରେ ସବସ୍କ୍ରାଇବରଙ୍କୁ ନିଜ ପସନ୍ଦୀୟ କଣ୍ଟେଣ୍ଟ କ୍ରିଏଟର୍ସର ପ୍ରଶଂସା ପାଇଁ ଡିଜିଟାଲ ଟୋକନ ଫ୍ଲାସ ପଠାଇବାର ବ୍ୟବସ୍ଥା କରାଯାଇଛି ।

ଏହି ଫ୍ଲାସ ସବସ୍କ୍ରାଇବରଙ୍କ ଦ୍ବାରା ଭିଡିଓ ଦେଖି କମ୍ବା ନିଜ ବନ୍ଧୁଙ୍କୁ ଆପରେ ଆମନ୍ତ୍ରିତ କରି ସଂଗ୍ରହ କରାଯାଇପାରିବ । ନିକଟରେ ଏହି ଅଭିଯାନରେ ସକ୍ରିୟ ଥିବା ଚର୍ଚ୍ଚିତ ଅଭିନେତ୍ରୀ ମୋନାଲିସା ନିଜ ପ୍ରଶଂସକଙ୍କୁ ଫ୍ଲାସ ଟୋକନ ପଠାଇବାର ଆହ୍ବାନ କରିଥିଲେ । ଏହାପରେ ପ୍ରଶଂସକଙ୍କ ମଧ୍ୟ ମୋନାଲିସାଙ୍କର ଖୁବ ସମର୍ଥନ କରିଥିଲେ ।

ମୋନାଲିସାଙ୍କ ମିଳିଥିବା ଅଧିକ ସମର୍ଥନ ମିଳିଥିଲା ଏବଂ 'ଫ୍ୟାନ ପାୱର' ଲିଡରବୋର୍ଡରେ ତାଙ୍କ ଫ୍ୟାନ ରାଗିଂ ସଂଖ୍ୟା ମଧ୍ୟ ଖୁବ୍ ବଢିଯାଇଥିଲା । ବିଶେଷ ରୂପେ ତାଙ୍କ ଟପ ସମର୍ଥକଙ୍କ ମଧ୍ୟରେ ହମସଫର ନାମଙ୍କ ଭିଗୋ ସବସ୍କ୍ରାଇବର ଅଧିକା ଫ୍ଲାସ ଟୋକନ ପଠାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅନ୍ୟପଟେ ମୋନାଲିସା ନିଜ ଫ୍ୟାନଙ୍କୁ ଧନ୍ୟବାଦ ଦେବାକୁ ଯାଇ ହମସଫରଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ।

ଏହି ଅବସରରେ ମୋନାଲିସା କହିଥିଲେ କି ତାଙ୍କ ପାଇଁ ଏହା ଶାନଦାର ଅନୁଭବ ଥିଲା । ସେ ଦୂରରେ ଥିବା ନିଜ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇପାରିଛନ୍ତି । ସେ 'ଫ୍ୟାନ ପାୱର' ସିଜନ 4ରେ ଭାଗ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ।

For All Latest Updates

ABOUT THE AUTHOR

...view details