ଲସ୍ ଆଞ୍ଜେଲସ୍: ସ୍ବର୍ଗତ ପପ୍ ଷ୍ଟାର ମାଇକେଲ୍ ଜ୍ୟାକସନଙ୍କ କାଲିଫର୍ନିଆ ସ୍ଥିତ ନେବରଲ୍ୟାଣ୍ଡ ସମ୍ପତ୍ତି ଶିଳ୍ପପତି ରୋନ୍ ବର୍କେଲି କିଣିଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ବର୍କେଲଙ୍କ ମୁଖପାତ୍ର ଗୁରୁବାର ଦିନ ଇମେଲ ମାଧ୍ୟମରେ କହିଛନ୍ତି ଯେ ଶିଳ୍ପପତି ସାଣ୍ଟା ବାର୍ବାରା ନିକଟ ଲସ ଅଲିବୋସ ସ୍ଥିତ 2700 ଏକର ସମ୍ପତ୍ତିକୁ 'ଲ୍ୟାଣ୍ଡ ବ୍ୟାଙ୍କିଙ୍ଗ' ଯୋଜନା ମାଧ୍ୟମରେ କିଣିଛନ୍ତି ।
ଖବର ଅନୁଯାୟୀ ଏହି ସମ୍ପତ୍ତି ବର୍କେଲିଙ୍କୁ 2 କୋଟି 20 ଲକ୍ଷ ଡଲାରରେ ବିକ୍ରି ହୋଇଛି । ବର୍କେଲି ନିବେଶ କମ୍ପାନୀ 'ୟୁଷେପା କମ୍ପାନୀଜ'ର କୋ-ପ୍ରତିଷ୍ଠାତା ଜ୍ୟାକସନଙ୍କ ସହଯୋଗୀ ହୋଇଛନ୍ତି ।