ଓଡିଶା

odisha

ETV Bharat / sitara

ସ୍ବର୍ଗତ ଆକ୍ଟର ଟିଏନଆରଙ୍କ ପରିବାରକୁ ସହଯୋଗର ହାତ ବଢାଇଲେ ଚିରଞ୍ଜୀବି - ମେଗାଷ୍ଟାର ଚିରଞ୍ଜୀବିଙ୍କ ନ୍ୟୁଜ

ତେଲୁଗୁ ଅଭିନେତା ଥୁମ୍ମାଲାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ସାହାଯ୍ୟ କଲେ ଚିରଞ୍ଜୀବି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 13, 2021, 10:17 PM IST

ହାଇଦ୍ରାବାଦ: ନିକଟରେ ଜଣାଶୁଣା ୟୁଟ୍ୟୁବର୍, ଆଙ୍କର ସାମ୍ବାଦିକ ତଥା ଅଭିନେତା ଥୁମ୍ମାଲା ନରସିଂହ ରେଡ୍ଡୀଙ୍କ କୋଭିଡ -19 କାରଣରୁ ଦେହାନ୍ତ ହୋଇଥିଲା । ଟିଏନଆର ଭାବରେ ଲୋକପ୍ରିୟ ଥୁମ୍ମାଲା ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଇତିମଧ୍ୟରେ ତାଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ମେଗାଷ୍ଟାର ଚିରଞ୍ଜୀବି ।

ବୁଧବାର ଟିଏନଆରଙ୍କ ପତ୍ନୀ ଜ୍ୟୋତି ଏକ ଭିଡିଓରେ ଜଣାଇଥିଲେ ଯେ କିପରି ଚିରଞ୍ଜୀବି ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସାହାଯ୍ୟ କରିଛନ୍ତି ।

ସେହିପରି ସେ କହିଛନ୍ତି, ‘ଟିଏନଆରଙ୍କ ସ୍ବପ୍ନ ଥିଲା ଚିରଞ୍ଜୀବିଙ୍କ ସାକ୍ଷାତକାର ନେବା । ହେଲେ ଏହା ପୂରଣ କରିବା ପୂର୍ବରୁ ସେ ଦୁନିଆ ଛାଡି ଚାଲିଗଲେ । ସେପଟେ ଚିରଞ୍ଜୀବି ମତେ ଫୋନ କରି ସମବେଦାନା ଜଣାଇବା ସହ ଏକ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।’

ପ୍ରକାଶ ଥାଉକି ଟିଏନଆରଙ୍କ ମୃତ୍ୟୁରେ ସାଉଥ ଇଣ୍ଡଷ୍ଟ୍ରିର ଫେମସ କଳାକାର ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ବିଜୟ ଦେବରକୋଣ୍ଡା, ଅନିଲ ରବିପୁଦୀ, ସୁଦୀପ କିଶନ ଓ ଈଶା ରେବ୍ବା ଭଳି କଳାକାର ।

ABOUT THE AUTHOR

...view details