ହାଇଦ୍ରାବାଦ: 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କିଛି ଆଇକୋନିକ ଫ୍ୟାଶନ୍ ମୁହୂର୍ତ୍ତ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଲିଉଡ୍ ତାରକାମାନେ ନିଜର ଷ୍ଟାଇଲିସ ଅନ୍ଦାଜରେ ରେଡ୍ କାର୍ପେଟରେ ଓ୍ବାକ୍ କରିଥିଲେ ଏବଂ ଡିଜାଇନର୍ ଆଉଟଫିଟ୍ସରେ ଜୋରଦାର ସାର୍ଟୋରିୟଲ୍ ଷ୍ଟେଟମେଣ୍ଟ୍ ଦେଇଥିଲେ ।
ଆମେରିକୀୟ ରାପର୍ ତଥା ଗୀତିକାର ମେଗାନ୍ ଥେ ଷ୍ଟାଲିଅନ୍ (Megan Thee Stallion) ଚଳିତ ବର୍ଷର ଓସ୍କାରରେ ଏକ ହେଡ୍ ଟର୍ନିଂ ହାଇ-ସ୍ଲିଟ୍ ଗାଉନରେ ଏଣ୍ଟ୍ରି କରିଥିଲେ । ସେ ଓସ୍କାର ଡେବ୍ୟୁ ପାଇଁ ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତା (Gaurav Gupta)ଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ପୋଷାକ ପିନ୍ଧିଥିଲେ । 94 ତମ ଏକାଡେମୀ ପୁରସ୍କାରରେ, ମେଗାନଙ୍କୁ ରେଡ୍ କାର୍ପେଟରେ ଏକ ହାଇ ସ୍ଲିଟ୍ ଏବଂ ବ୍ଲୁ ଫର୍ମ-ଫିଟ୍ ଷ୍ଟ୍ରେପଲେସ୍ ଗାଉନ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ରେଡ କାର୍ପେଟରେ ଚାଲିବାବେଳେ ମେଗାନ୍ ବହୁତ ସୁନ୍ଦର ଦେଖାଯାଉଥିଲେ ।