ଓଡିଶା

odisha

ମାଲାୟାଲମ ଅଭିନେତା ଶରଣଙ୍କ ପରଲୋକ, ଶୋକରେ ମୋହନଲାଲ

By

Published : May 6, 2021, 8:17 AM IST

ଚଳିତବର୍ଷ ମଧ୍ୟ ପ୍ରତି ଦିନ କୌଣସି ନା କୌଣସି ସେଲିବ୍ରିଟିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏଥର ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି ମାଲାୟାଲମ ଅଭିନେତା ଶରଣ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଚେନ୍ନାଇ: ଫେମସ ସାଉଥ ଷ୍ଟାର ମୋହନଲାଲଙ୍କ ଫିଲ୍ମ ‘ଚିତ୍ରମ’ରେ ଅଭିନୟ ପାଇଁ ବିଶେଷ ଭାବେ ଜଣାଶୁଣା ମାଲାୟାଲମ ଅଭିନେତା ଶରଣଙ୍କ ଦେହାନ୍ତ । ଯାହାକୁ ନେଉ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା । ଅସୁସ୍ଥତା କାରଣରୁ ମଙ୍ଗଳବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ । ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା।

ଫଟୋ ସୌଜନ୍ୟ: ଫେସବୁକ@ମୋହନଲାଲ

ଗତ କିଛି ଦିନ ହେବ ଶରଣଙ୍କର ଜ୍ବର ଅଧିକ ବଢିଯାଇଥିଲା ଏବଂ ମଙ୍ଗଳବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଇଥିଲେ ଡାକ୍ତର।

ସେପଟେ ଶରଣଙ୍କ ଅକାଳ ବିୟୋଗରେ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସମସ୍ତଙ୍କୁ ବଡ ଝଟକା ଲାଗିଛି। ତାଙ୍କର ସହ-ଷ୍ଟାର ମୋହନଲାଲ ଫେସବୁକରେ ଏକ ଫଟୋ ସେୟାର କରି ଶରଣଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆଉ ଲେଖିଛନ୍ତି, ‘ମୋର ସାନ ଭାଇ, ତୁମେ ଆଉ ଏହି ଦୁନିଆରେ ନାହିଁ ବୋଲି ବିଶ୍ବାସ କରିପାରିବ ନାହିଁ ।’

ABOUT THE AUTHOR

...view details