ଓଡିଶା

odisha

ETV Bharat / sitara

ହନ୍ଦୱାଡା ଆକ୍ରମଣ: ଟଲିଉଡ ସୁପରଷ୍ଟାର ମହେଶଙ୍କ ଶ୍ରଦ୍ଧାଞ୍ଜଳି - ହାଣ୍ଡୱାରା ଆକ୍ରମଣ

ଟ୍ବିଟରରେ ଟଲିଉଡ ସୁପରଷ୍ଟାର ମହେଶ ବାବୁ ହନ୍ଦୱାଡା ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନଙ୍କ ପରିବାରକୁ ସମବେଦନା ଦେବା ସହ ଏପରି ସମୟରେ ସାରା ଦେଶ ସେମାନଙ୍କ ସହ ଥିବା ସେ ଲେଖିଛନ୍ତି । ଅଧିକ ପଢନ୍ତୁ...

ହାଣ୍ଡୱାରା ଆକ୍ରମଣ: ଟଲିଉଡ ସୁପରଷ୍ଟାର ମହେଶଙ୍କ ଶ୍ରଦ୍ଧାଞ୍ଜଳି
ହାଣ୍ଡୱାରା ଆକ୍ରମଣ: ଟଲିଉଡ ସୁପରଷ୍ଟାର ମହେଶଙ୍କ ଶ୍ରଦ୍ଧାଞ୍ଜଳି

By

Published : May 4, 2020, 10:00 PM IST

Updated : May 4, 2020, 11:47 PM IST

ହାଇଦ୍ରାବାଦ: କୋରୋନା ଲଢେଇ ଭିତରେ ହନ୍ଦୱାଡା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । 2 ଆତଙ୍କୀଙ୍କ ନିପାତ ସହ 5 ଜଣ ଯବାନ ଶହୀଦ ହୋଇଛନ୍ତି । ରାଜନେତାଙ୍କଠାରୁ ସେଲିବ୍ରିଟି ସମସ୍ତେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଟ୍ବିଟରରେ ଟଲିଉଡ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିକଟରେ ଭାରତୀୟ ଆର୍ମି ଉପରେ ନିର୍ମିତ ଫିଲ୍ମରେ ମେଜର ଭୂମିକାରେ ଅଭିନୟ କରିଥିବା ମହେଶ ଏହି ଆଟାକକୁ ଦେଶର କଳା ସମୟ ବୋଲି କହିଛନ୍ତି । ଯବାନଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ଅପୂରଣୀୟ । କର୍ତ୍ତବ୍ୟ ବେଳେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ସେ ନୀରବ ପ୍ରାର୍ଥନା କରୁଥିବା କହିଛନ୍ତି । ଏହାସହ ସେମାନଙ୍କ ପରିବାରକୁ ସମବେଦନା ଦେବା ସହ ଏପରି ସମୟରେ ସାରା ଦେଶ ସେମାନଙ୍କ ସହ ଥିବା ସେ ଲେଖିଛନ୍ତି ।

ତେଲୁଗୁ ଷ୍ଟାରଙ୍କ ସମେତ ବଲିଉଡର ଷ୍ଟାର ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆକ୍ରମଣରେ କର୍ନଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ପୋଲିସ ସବଇନ୍ସପେକ୍ଟର ସକିଲ କାଜିଙ୍କ ସମେତ ଜଣେ ଲାନ୍ସନାଏକ ଓ ଜଣେ ରାଇଫଲମ୍ୟାନ ଶହୀଦ ହୋଇଛନ୍ତି । ଘଟଣାରେ ଲସ୍କର କାଶ୍ମୀର ମୁଖ୍ୟ ହାଇଦର ନିହତ ହୋଇଥିବା ସେନା ସୂଚନା ଦେଇଛି ।

Last Updated : May 4, 2020, 11:47 PM IST

ABOUT THE AUTHOR

...view details