ୱାଶିଂଟନ: ପୁଣି ହଲିଉଡରେ କୋରୋନା ଛାୟା । ଆମେରିକାର ପ୍ରସିଦ୍ଧ ଓ ଲୋକପ୍ରିୟ ଗାୟିକା ମାଡୋନ୍ନା କୋରୋନାର ଶିକାର ହୋଇଛନ୍ତି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏକ ଭିଡିଓ ଜାରି କରି ସେ ଏହି ନିଜ ଫ୍ୟାନ୍ସଙ୍କୁ ଏହି ଖବର ବିଷୟରେ କହିଛନ୍ତି ।
କୋରୋନା କବଳରେ ପ୍ରସିଦ୍ଧ ଗାୟିକା ମାଡୋନ୍ନା ! - ହଲିଉଡ ସିଙ୍ଗର
ନିଜ କ୍ବାରେନଣ୍ଟାଇନ ଡାଏରୀର ଅଧ୍ୟାୟରେ 61 ବର୍ଷିୟା ସିଙ୍ଗର ଏହି କଥା କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ସକାଳେ ମୁଁ ଏକ ନୂଆ ବାୟୁମଣ୍ଡଳରେ ପ୍ରବେଶ କରିବି । ଅଧିକ ପଢନ୍ତୁ...
![କୋରୋନା କବଳରେ ପ୍ରସିଦ୍ଧ ଗାୟିକା ମାଡୋନ୍ନା ! କୋରୋନା କବଳରେ ପ୍ରସିଦ୍ଧ ଗାୟିକା ମାଡୋନ୍ନା](https://etvbharatimages.akamaized.net/etvbharat/prod-images/768-512-7023530-860-7023530-1588362034781.jpg)
ନିଜ କ୍ବାରେନଣ୍ଟାଇନ ଡାଏରୀର ଅଧ୍ୟାୟରେ 61 ବର୍ଷିୟା ସିଙ୍ଗର ଏହି କଥା କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ସକାଳେ ମୁଁ ଏକ ନୂଆ ବାୟୁମଣ୍ଡଳରେ ପ୍ରବେଶ କରିବି । ମୋ ଦେହରେ କୋରୋନା ଭୂତାଣୁ ଥିବାର ପରୀକ୍ଷା ପରେ ଜଣାପଡିଛି । କିଛି ଲକ୍ଷଣ ଦେଖାଯାଇଥିବା ଡାକ୍ତରମାନେ କହିଛନ୍ତି । କାଲିଠାରୁ ମୁଁ କୋଭିଡ 19 ବାୟୁକୁ ନିଶ୍ବାସରେ ଗ୍ରହଣ କରିବି ବୋଲି ସେ କହିଛନ୍ତି ।
ତେବେ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି କି ମାଡୋନ୍ନାଙ୍କୁ କୋଭିଡ 19 ହେବାର ସିଧାସଳଖ କୌଣସି ପ୍ରମାଣ ମିଳିନାହିଁ । କେବଳ କୋଭିଡ 19 ଆଣ୍ଟିବଡି ଥିବାର ଜଣାପଡିଛି । ଏହା ତାଙ୍କ ଶରୀରରେ କିଛି ଲକ୍ଷଣ ପ୍ରକାଶ କରିଛି । ଏହା କୋରୋନା ଭୂତାଣୁ ଅଥବା ଅନ୍ୟ କୌଣସି ଭୂତାଣୁ ଦ୍ବାରା କୌଣସି ପ୍ରକାର ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଛି । ଆଉ କିଛି ଟେଷ୍ଟ ପରେ ତାଙ୍କର କୋଭିଡ 19 ସଂକ୍ରମଣ ସମ୍ପର୍କରେ ସଠିକ ଖବର ମିଳିପାରିବ ବୋଲି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ ସେଣ୍ଟର ପକ୍ଷରୁ କୁହାଯାଇଛି ।