ଓଡିଶା

odisha

ETV Bharat / sitara

ବିକ୍ଷୋଭ ବେଳେ ଆମେରିକା ସିଙ୍ଗରଙ୍କୁ ଲୁହବୁହା ଗ୍ୟାସ ମାଡ - ବିକ୍ଷୋଭବେଳେ ଆମେରିକା ସିଙ୍ଗରଙ୍କୁ ଟିୟର ଗ୍ୟାସ୍ ମାଡ

21 ବର୍ଷିୟା ମାଡିସନ ଆମେରିକାରେ ଫ୍ଲୋଏଡ ଉପରେ ପୋଲିସର ଆକ୍ରମଣ ଘଟଣା ପରେ ଲଗାତାର ବିକ୍ଷୋଭ କରି ଆସୁଛନ୍ତି । ନିକଟରେ ତାଙ୍କୁ ବିଭିନ୍ନ ପ୍ଲାକାର୍ଡ ସହ ରାସ୍ତା ମଝିରେ ବିରୋଧ କରୁଥିବାର ଦେଖାଯାଇଥିଲା । ଅଧିକ ପଢନ୍ତୁ...

ବିକ୍ଷୋଭବେଳେ ଆମେରିକା ସିଙ୍ଗରଙ୍କୁ ଟିୟର ଗ୍ୟାସ୍ ମାଡ
ବିକ୍ଷୋଭବେଳେ ଆମେରିକା ସିଙ୍ଗରଙ୍କୁ ଟିୟର ଗ୍ୟାସ୍ ମାଡ

By

Published : Jun 2, 2020, 10:40 PM IST

ୱାଶିଂଟନ: ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ବିକ୍ଷୋଭ ତୀବ୍ର ହୋଇଛି । ସାଧାରଣ ଜନତାଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ତେବେ ବିକ୍ଷୋଭ ସମୟରେ ଆମେରିକା ସିଙ୍ଗର ମାଡିସନ ବିୟର ଲୁହବୁହା ଗ୍ୟାସ୍ ମାଡ ନେଇ ଅଭିଯୋଗ କରିଛନ୍ତି ।

ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ନିଜର ଏକ ମାସ୍କ ପିନ୍ଧା ଫଟୋ ଛାଡି ଏଥିରେ ଲେଖିଛନ୍ତି, କାର୍ଲିଫର୍ଣ୍ଣିଆର ସାଣ୍ଟା ମୋନିକାରେ ବିକ୍ଷୋଭ କରୁଥିବାବେଳେ ତାଙ୍କୁ ଲୁହବୁହା ଗ୍ୟାସ୍ ମାଡର ସାମ୍ନା କରିବାକୁ ପଡିଛି । ଫଳରେ ସେ ଯଥାଶିଘ୍ର ଏହି ସ୍ଥାନ ଛାଡୁଛନ୍ତି ବୋଲି ଲେଖିଥିଲେ । ଏହାସହ ସେ ନିଜ ଫଲୋୟର୍ସଙ୍କୁ ସାବଧାନ କରି କହିଛନ୍ତି ଯେ ଜଲଦି ସାଣ୍ଟା ମୋନିକା ଛାଡିଦିଅ । ପୋଲିସ ସମସ୍ତଙ୍କୁ ଗିରଫ କରିବା ସହ ଲୁହବୁହା ଗ୍ୟାସ୍ ମାଡ କରୁଛି ।

ପ୍ରକାଶ ଥାଉ କି 21 ବର୍ଷିୟା ମାଡିସନ ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପରେ ଲଗାତାର ବିକ୍ଷୋଭ କରି ଆସୁଛନ୍ତି । ନିକଟରେ ତାଙ୍କୁ ବିଭିନ୍ନ ପ୍ଲାକାର୍ଡ ସହ ରାସ୍ତା ମଝିରେ ବିରୋଧ କରୁଥିବାର ଦେଖାଯାଇଥିଲା । ସେହିପରି ସେ ସୋସିଆଲ ମିଡିଆରେ ଲଗାତାର ଫ୍ଲେଏଡଙ୍କ ସମର୍ଥନରେ ପୋଷ୍ଟ କରୁଛନ୍ତି । ମାଡିସନ ଖୁଲମଖୁଲା ଆମେରିକାନ ପୋଲିସକୁ ଦାୟୀ କରିବା ସହ ବିଭିନ୍ନ ବିକ୍ଷୋଭରେ ଭାଗ ନେଉଛନ୍ତି ।

ପ୍ରକାଶ ଥାଉ କି କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡର ପୋଲିସ ଆକ୍ରମଣରେ ମୃତ୍ୟୁ ପରେ ଆମେରିକାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକ ବିପୁଳ ସଂଖ୍ୟାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ 4 ଜଣ ପୋଲିସ ଅଫିସରଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ରହିଛି ।

ABOUT THE AUTHOR

...view details