ହାଇଦ୍ରାବାଦ: 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଥିଲା । ଓସ୍କାରର ସମସ୍ତ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ସର୍ବାଧିକ 12 ନୋମିନେସନ ନେଟଫ୍ଲିକ୍ସ ସିରିଜ୍ 'ଦ ପାୱାର୍ ଅଫ୍ ଡଗ୍' (The Power of the Dog)କୁ ମିଳିଛି । ଏହା ପରେ, ଚଳଚ୍ଚିତ୍ର 'ଡ୍ୟୁନ'କୁ ଓସ୍କାର 2022ରେ 10ଟି ବର୍ଗରେ ନୋମିନେଟ କରାଯାଇଛି । ABCରେ ଏବଂ ବିଶ୍ବସ୍ତରରେ 200ରୁ ଅଧିକ ଅଞ୍ଚଳରେ ଏହାର ସିଧାପ୍ରସାରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ମାର୍ଚ୍ଚ 28 ରେ ସକାଳ 5 ଟାରୁ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ ସ୍ଥାନରୁ ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଏଥର ଏହି ଶୋ’କୁ ରେଜିନା ହଲ୍ (Regina Hall), ଆମି ଶୁମର (Amy Schumer) ଏବଂ ୱାଣ୍ଡା ସ୍କାଏସ୍ (Wanda Skyes) ଆୟୋଜନ କରିଥିଲେ । ଭାରତୀୟ ସିନେମା ତରଫରୁ ଡକ୍ୟୁମେଣ୍ଟାରୀ 'Writing with fire' ଓସ୍କାର ଦୌଡ଼ରେ ଅନ୍ତର୍ଭୁକ୍ତ ହୋଇଥିଲା ।
ଶ୍ରେଷ୍ଠ ଚଳଚ୍ଚିତ୍ର
ଶ୍ରେଷ୍ଠ ଚଳଚ୍ଚିତ୍ରର ଆଖ୍ୟା 'କୋଡା' (Coda)କୁ ମିଳିଛି ।
ଶ୍ରେଷ୍ଠ ଅଭିନେତା
94 ତମ ଓସ୍କାର ପୁରସ୍କାର 2022 ରେ 'କିଙ୍ଗ ରିଚର୍ଡ' ଚଳଚ୍ଚିତ୍ର ପାଇଁ ହଲିଉଡର ସୁପରଷ୍ଟାର ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି ।
ଶ୍ରେଷ୍ଠ ଅଭିନେତ୍ରୀ
ହଲିଉଡ ଅଭିନେତ୍ରୀ ଜେସିକା ଚାଷ୍ଟେନଙ୍କୁ 'The Eyes of Tammy Faye' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଶ୍ରେଷ୍ଠ ନିର୍ଦ୍ଦେଶକ
"ବେଲଫାଷ୍ଟ" - କେନେଥ ବ୍ରାନଘୁ (Kenneth Branagh)
"ଡ୍ରାଇଭ୍ ମାଇ କାର୍" - ରିୟୁସୁକେ ହେମାଗୁଚିଓ
"ଲିକୋରିସ୍ ପିଜ୍ଜା" - ପଲ୍ ଥୋମାସ୍ ଆଣ୍ଡରସନ୍
"ଦ ପାଓ୍ବର ଅଫ୍ ଦ ଡଗ୍" - ଜେନ ଚାମ୍ପିଅନ୍-(ବିଜେତା)
ଶ୍ରେଷ୍ଠ ସହଅଭିନେତା (ସପୋଟିଙ୍ଗ ରୋଲ)
କୋଡି ସ୍ମିଥ୍ (Kodi Smit)- ମ୍ୟାକଫି - ଦ ପାଓ୍ବର ଅଫ୍ ଦ ଡଗ୍ (The Power of the Dog)
ଟ୍ରୟ କୋସୁର (Troy Kotsur)- କୋଡା (କୋଡା) - (ବିଜେତା)
ସାଇରେନ୍ ହିନ୍ଦସ୍ - ବେଲଫାଷ୍ଟ
ଜେସି ପ୍ଲେମୋନ୍ସ- ଦ ପାଓ୍ବର ଅଫ୍ ଦ ଡଗ୍
ଶ୍ରେଷ୍ଠ ଅଭିନେତ୍ରୀ - ସହାୟକ ଭୂମିକା (ସପୋଟିଙ୍ଗ ରୋଲ)
ଜେସି ବକଲେ - ଦ ଲଷ୍ଟ ଡଟର
ଆରିନା ଦେବୋସ - ୱେଷ୍ଟ ସାଇଡ୍ ଷ୍ଟୋରୀ (West Side Story)-(ବିଜେତା)
ଜୁଡି ଡେଞ୍ଚ (Judy Dench)- ବେଲଫାଷ୍ଟ (Belfast)
କ୍ରିଷ୍ଟେନ ଡଷ୍ଟ - ଦ ପାଓ୍ବର ଅଫ୍ ଦ ଡଗ୍
ଆନଜେନ୍ୟୁ ଏଲିସ - କିଙ୍ଗ ରିଚର୍ଡ
ବେଷ୍ଟ ସିନେମାଟୋଗ୍ରାଫି
ଡ୍ୟୁନ୍ (Dune) - (ବିଜେତା)
ନାଇଟମେଟର ଏଲେ (Nightmare Alley)
ଦ ପାଓ୍ବର ଅଫ୍ ଦ ଡଗ୍ (The Power of the Dog)
ଦ ଟ୍ରାଜେଡି ଅଫ୍ ମ୍ୟାକବେଥ (The Tragedy of Macbeth)
ବେଷ୍ଟ ସାଇଜ ଷ୍ଟୋରୀ (West Side Story)
ସର୍ବୋତ୍ତମ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର
ଦ ଓ୍ବିଣ୍ଡସିଲ୍ଡ ୱାଇପର (the-windshield-wiper)- (ବିଜେତା)
ଅଫେୟାର୍ସ ଅଫ୍ ଦ ଆର୍ଟ (Affairs of the Art)
ବେଷ୍ଟିଆ (bestia)
ବକ୍ସବାଲେଟ୍ (Boxballet)
ରବିନ୍ ରବିନ୍ (Robin Robin)
ବେଷ୍ଟ ଇଣ୍ଟରନ୍ୟାସନାଲ ଫିତର ଫିଲ୍ମ
ଡ୍ରାଇଭ ମାଇ କାର (Drive My Car) - (ବିଜେତା)
ଫ୍ଲି (Flee)
ଦ ହ୍ୟାଣ୍ଡ ଅଫ ଗଡ (The Hand of God)
ଲୁନାନା: ଏ ୟାକ ଇନ ଦ କ୍ଲାସରୁମ (Lunana: A Yak in the Classroom)