ଓଡିଶା

odisha

ETV Bharat / sitara

ବାବୁସାନ-ମୋଦି ଲିଙ୍କ !

ଓଡିଆ ଚଳଚ୍ଚିତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ବ୍ୟବହାର କରି ରୋଚକ କରାଯାଉଥିବାବେଳେ ମୋଦି ଓ ବାବୁଶାନଙ୍କ ଲିଙ୍କକୁ ନେଇ ଚାଲିଛି ଚର୍ଚ୍ଚା ।

By

Published : Jun 18, 2019, 6:57 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ପୂର୍ବରୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉ ଅବା କିଛି ଉତ୍ତମ ପଦକ୍ଷେପକୁ ଡେଙ୍ଗୁରା ପିଟି କିମ୍ବା ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଲୋଚନକୁ ଅଣାଯାଉଥିଲା । ହେଲେ ଏବେ କିନ୍ତୁ ଭିନ୍ନ ତଥା ମଜାଦାର ଉପାୟରେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ଉପସ୍ଥାପନା କରାଯାଉଛି । ଏଇ ଯେମିତି ଆମ ଓଡିଆ ଚଳଚିତ୍ର ଗୀତରେ...

ଗତବର୍ଷ (2018) ଜୁନ 8ରେ ରଜ ଉପଲକ୍ଷେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ରିଲିଜ୍ ହୋଇଥିଲା ‘ସୁନ୍ଦରଗଡର ସଲମାନ ଖାନ’ । ଫିଲ୍ମର ନିର୍ଦ୍ଦେଶନା ଭାର ଅଶୋକ ପତି ତୁଲାଇ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଆଉ ମୁଖ୍ୟ ଭୂମିକାରେ ନଜରେ ଆସିଥିଲେ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ଦିବ୍ୟା । ତେବେ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ‘ତୋ ଇସ୍କରେ ଲାଗିବନି ଜିଏସଟି ଜମା, ମତେ ଦେଇଦେ ଦେଇଦେ ଦେଇଦେ ଗୋଟେ ରକେଟ ମାର୍କା ଚୁମା’ । ଗୀତିକାର ନିର୍ମଳ ନାୟକ ଗୀତଟିକୁ ଲେଖିଥିବା ବେଳେ କଣ୍ଠଦାନ କରିଥିଲେ ତାରିକ ଅଜିଜ ଓ ପାମେଲା ଜୈନ୍। ଗୀତରେ ଜିଏସଟି ଶବ୍ଦକୁ 6 ଥର ବ୍ୟବହାର କରାଯାଇଛି ।

ସେହିପରି ଚଳିତବର୍ଷ (2019) ଜୁନ 14ରେ ରଜ ଉପଲକ୍ଷେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ରିଲିଜ୍ ହୋଇଛି ଚଳଚ୍ଚିତ୍ର ‘ଗୋଲମାଲ ଲଭ୍’ । ପୂର୍ବ ଫିଲ୍ମ ପରି ଏହି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଭାର ଅଶୋକ ପତି ତୁଲାଇ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ତମନ୍ନା । କିନ୍ତୁ ଏଥର ଜିଏସଟି ନୁହେଁ, କମାଲ କରିଛି ସର୍ଜିକାଲ ଷ୍ଟ୍ରାଇକ ।

ଫିଲ୍ମର ‘ସର୍ଜିକାଲ ଷ୍ଟ୍ରାଇକ’ ଗୀତଟି ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ଗୀତିକାର ନିର୍ମଳ ନାୟକ ଗୀତଟିକୁ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର । ଏହି ଗୀତରେ ‘ସର୍ଜିକାଲ ଷ୍ଟ୍ରାଇକ’କୁ 15 ଥର ବ୍ୟବହାର କରାଯାଇଛି ।


ତେବେ ସେ ‘ଜିଏସଟି’ ହେଉ ଅବା ‘ସର୍ଜିକାଲ ଷ୍ଟ୍ରାଇକ’ ଦୁଇଟି ଗୀତ ସମ୍ପର୍କରେ ଯେଉଁଠି ଆଲୋଚନା ହୁଏ, ଓଡିଶାର ଅଧିକାଂଶ ଲୋକେ ଅଭିନେତା ବାବୁସାନକୁ ହିଁ ବୁଝନ୍ତି । ସେହିପରି ‘ଜିଏସଟି’ ଏବଂ ‘ସର୍ଜିକାଲ ଷ୍ଟ୍ରାଇକ’ ପ୍ରସଙ୍ଗରେ ଯଦି ଅନ୍ୟ କେଉଁ ମହଲରେ ଆଲୋଚନା କରାଯାଏ, ତେବେ ସାରା ଭାରତବାସୀଙ୍କ ନଜରକୁ ଆସିଯାଆନ୍ତି ମୋଦି । ସେଥିପାଇଁ ମୋଦିଙ୍କ ସହ ଅଭିନେତା ବାବୁସାନଙ୍କର କିଛି ଲିଙ୍କ ଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details