ଭୁବନେଶ୍ବର: ପପୁଙ୍କ ମାନସିକ ବିକୃତି ହୋଇଛି ଓ ତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମାଜସେବୀ ଲିଙ୍କନ ସୁବୁଦ୍ଧି। ନିକଟରେ ରାନୁ ମଣ୍ଡଳଙ୍କ ନକଲ କରି ବିବାଦ ଘେରକୁ ଆସିଛନ୍ତି କମେଡି କିଙ୍ଗ ପପୁ ପମ ପମ । ଟିିକଟକରେ ଭିଡିଓ କରି ଫସିଛନ୍ତି କମେଡି କିଙ୍ଗ ।
‘ପପୁଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ’ - ବିବାଦ
ବିବାଦ ପରେ ବିବାଦ । ଗୋଟେ ବିବାଦରୁ ବାହାରି ନଥିବା ବେଳେ ଅନ୍ୟ ଏକ ବିବାଦରେ ଫସିଛନ୍ତି ପପୁ । ରାନୁ ମଣ୍ଡଳଙ୍କ ନକଲ କରି ବିବାଦରେ ପପୁ ।
ଡିଜାଇନ ଫଟୋ
ଏହି ମାମଲାରେ ନିଜ ମତ ରଖିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି । ରାନୁଙ୍କୁ ସମ୍ମାନ ଦେବା ବଦଳରେ ତାଙ୍କୁ ନେଇ ଥଟ୍ଟା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ । ଏହା ଦୁଃଖର ବିଷୟ ବୋଲି କହିବା ସହ ପପୁଲାରିଟି ପାଇବା ପାଇଁ ନା ମିମିକ୍ କଳାକାର ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ପୂର୍ବରୁ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ମଧ୍ୟ ବିବାଦରେ ଫସିଥିଲେ ପପୁ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Aug 27, 2019, 4:37 PM IST