ଓଡିଶା

odisha

ETV Bharat / sitara

ପରଦାରେ ‘ପ୍ରିନ୍ସ ଡାନ୍ସ ଗ୍ରୁପ’ର କାହାଣୀ

କାଲି ରିଲିଜ ହେବାକୁ ଥିବା ଫିଲ୍ମ 'କ୍ରିଷ୍ଣା: ଦ ଷ୍ଟୋରୀ ଅଫ ଡାନ୍ସର'ର ନିର୍ଦ୍ଦେଶକ ତଥା ଅଭିନେତା କ୍ରିଷ୍ଣା କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଆୟରୁ 10 ପ୍ରତିଶତ ସେ ରେଡକ୍ରସ ପାଣ୍ଠିକୁ ଦାନ କରିବେ । ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ପ୍ରିନ୍ସ ଡାନ୍ସ ଗ୍ରୁପର କାହାଣୀ ।

By

Published : Apr 25, 2019, 11:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଲିଉଡ ଦର୍ଶକ ପରଦାରେ ଦେଖିବାକୁ ଯାଉଛନ୍ତି ପ୍ରିନ୍ସ ଡାନ୍ସ ଗ୍ରୁପ ଉପରେ ଆଧାରିତ ଚଳଚ୍ଚିତ୍ର 'କ୍ରିଷ୍ଣା: ଦ ଷ୍ଟୋରୀ ଅଫ ଡାନ୍ସର' । ଏହି ଚଳଚ୍ଚିତ୍ରଟି ଏବେ ରିଲିଜ ହେବା ପାଇଁ ପ୍ରସ୍ତୁତି ହୋଇସାରିଲାଣି । ଆସନ୍ତା କାଲି ରିଲିଜ ହେବ ଚଳଚ୍ଚିତ୍ର । ରାଜ୍ୟର ଅନେକ ସିନେମା ହଲରେ ଏହି ଚଳଚ୍ଚିତ୍ରଟିକୁ ରିଲିଜ କରାଯିବା ଯୋଜନା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ହିରୋ କ୍ରିଷ୍ଣା ରେଡ୍ଡୀ ନିକଟରେ ଏକ ସାକ୍ଷାତକାରରେ ଘୋଷଣା କରିଛନ୍ତି କି ଚଳଚ୍ଚିତ୍ରରୁ ଯାହା ଆୟ ହେବ ସେଥିରୁ ସେ ଦଶ ପ୍ରତିଶତ ଭୁବନେଶ୍ବରର ରେଡକ୍ରସ ପାଣ୍ଠିକୁ ଦାନ କରିବେ ।

ପ୍ରକାଶ ଥାଉକି 'କ୍ରିଷ୍ଣା: ଦ ଷ୍ଟୋରୀ ଅଫ ଡାନ୍ସର' ଚଳଚ୍ଚିତ୍ରର ସୁଟିଂ ଗତ ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ମୁଖ୍ୟ ଭୂମିକାରେ ଚଳଚ୍ଚିତ୍ରରେ ନଜର ଆସିବେ କ୍ରିଷ୍ଣା । ତାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ ଓଲିଉଡର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମାହାପାତ୍ର । ସେହିପରି ଚଳଚ୍ଚିତ୍ରରେ ପ୍ରିନ୍ସ ଡାନ୍ସ ଗ୍ରୁପର ଅନ୍ୟ ଡାନ୍ସର ମାନେ ମଧ୍ୟ ନଜର ଆସିବେ ।

ଜଣେ ଗରିବ ପିଲା କିପରି ନିଜର ସ୍ବପ୍ନ ପୂରଣ କରିଛି ତାହାକୁ ନେଇ ଫିଲ୍ମର କାହାଣୀ ଆଧାରିତ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details