ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲ ନିଶ୍ଚିତ କରିଛି ଯେ ଶନିବାର ବାଇକ ଦୁର୍ଘଟଣା ହୋଇଥିବା କନ୍ନଡ ଅଭିନେତା ସଞ୍ଚାରୀ ବିଜୟଙ୍କ ମୃତ୍ୟୁ ଘଟିଛି । ସେ ଜଣେ ପିଲିଅନ୍ ଆରୋହୀ ଥିଲେ ଏବଂ ଦୁର୍ଘଟଣା ସମୟରେ ସେ ହେଲମେଟ୍ ପିନ୍ଧି ନଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ବିଜୟ ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଏବଂ ବେଙ୍ଗାଲୁରୁରେ କୋରୋନା ରିଲିଫ୍ କାର୍ଯ୍ୟକଳାପରେ ଜଣେ ପ୍ରମୁଖ ଚେହେରା ମଧ୍ୟ ଥିଲେ । ହସ୍ପିଟାଲ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ସଞ୍ଚାରୀ ବିଜୟଙ୍କ ମୃତ୍ୟୁ ମଙ୍ଗଳବାର ଭୋର ରାତି 3'ଟାରେ ହୋଇଥିଲା ।
ସେହିପରି ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାର ସୂଚନା ଦେଇଥିଲେ ଡାକ୍ତର । ଯାହାପରେ ହସ୍ପିଟାଲ ତରଫକୁ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା । ଏହାପୂର୍ବରୁ ବିଜୟଙ୍କୁ ସବୁ ସହାୟତାରେ ନ୍ୟୁରୋ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ସେ ଚିକିତ୍ସିତ ସମୟରେ କୋମାରେ ଥିଲେ ।