ନୂଆଦିଲ୍ଲୀ: କୁ ଆପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍। ଏନେଇ କଙ୍ଗନା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହାସହ ଅନ୍ୟମାନଙ୍କୁ ଏହି ଆପ୍ ସହ ଯୋଡି ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହା ମୋର କୋ ଆକାଉଣ୍ଟ, ଏଥିରେ ମୋତେ ଅନୁସରଣ କରନ୍ତୁ...ଏହାସହ କଙ୍ଗନା ଅଫିସିଆଲରେ ବିଭିନ୍ନ ଚିନ୍ତାଧାରାକୁ ଦେଖନ୍ତୁ ବୋଲି କଙ୍ଗନା ଟ୍ବିଟ କରି ଲେଖିଛନ୍ତି।
କଙ୍ଗନା ହେଉଛି ପ୍ରଥମ ସେଲିବ୍ରେଟି ଯାହାଙ୍କ କୁ ଆପରେ 29,000 ରୁ ଅଧିକ ଫଲୋଅର୍ସ ଅଛନ୍ତି। ତାଙ୍କ ବ୍ୟତୀତ ଅଭିନେତା ଅନୁପମ ଖେର, ଆଶୁତୋଷ ରାଣା, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରବି ଶଙ୍କର ପ୍ରସାଦଙ୍କ ସମେତ ରାଜନେତାମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୁ ଆପରେ ଯୋଗ ଦେଇଛନ୍ତି।