ହାଇଦ୍ରାବାଦ:କୋରୋନା ଭାଇରସ ସହ ଲଢିବା ପାଇଁ ଲୋକେ ନିଜ ନିଜ ଅନୁଯାୟୀ ଚେଷ୍ଟା ଚଳାଇଛନ୍ତି। ଅନେକ ଷ୍ଟାର୍ସ ରିଲିଫ ଫଣ୍ଡସକୁ ଡୋନେଟ କରିସାରିଛନ୍ତି। ଆଉ ଏବେ ତାମିଲ ସୁପରଷ୍ଟାର କମଲ ହାସନ ନିଜ ଚେନ୍ନାଇ ସ୍ଥିତ ପୁରୁଣା ଘରକୁ ମେଡିକାଲ କରିବାକୁ ପ୍ରସ୍ତୁତ ହୋଇସାରିଲେଣି। ଏହାଦ୍ବାରା ସେ କୋରୋନା ସଂକ୍ରମିତ ଲୋକଙ୍କ ଚିକିତ୍ସା କରିବାକୁ ଚାହୁଁଛନ୍ତି ।
ତାମିଲଷ୍ଟାରଙ୍କ ବଦାନ୍ୟତା, ନିଜ ଘରକୁ କରିବେ ମେଡିକାଲ - ତାମିଲ ସୁପରଷ୍ଟାର କମଲ ହାସନଙ୍କ ବଡ ଘୋଷଣା
କମଲ ହାସନଙ୍କ ମହାନତା। କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ପାଇଁ ତିଆରି କରିବେ ମେଡିକାଲ। ଯେଉଁଠାରେ ଗରିବ ଲୋକଙ୍କର ହେବ ଚିକିତ୍ସା।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ
ଖାଲି ଏତିକି ନୁହେଁ ସେ ଏହି ଘରେ ଗରିବ ଲୋକଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଘରକୁ ମେଡିକାଲ କରିବା ପାଇଁ ସେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛନ୍ତି। ଏହାପରେ ସେ ଆଗାମୀ କାର୍ଯ୍ୟ ଆରମ୍ଭ କରିବେ ।
ପ୍ରକାଶ ଥାଉକି ସେ ଟ୍ବିଟରରେ ଘୋଷଣା କରିଥିଲେ ଯେ ସେ ସେହି ଲୋକଙ୍କ ଚିକିତ୍ସା କରିବେ, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ। ଏହାସହ ସେ ସରକାରଙ୍କୁ ଏହା ଭାବିବାକୁ ମଧ୍ୟ କହିଥିଲେ ଯେ ଦିନ ମଜୁରିଆ ଲକଡାଉନର 21 ଦିନରେ ନିଜ ପେଟ ଓ ପରିବାର ପେଟ କେମିତି ପୋଷିବେ।