ଓଡିଶା

odisha

ETV Bharat / sitara

କୋରୋନାରେ ଜାପାନି ଆକ୍ଟର କେନଙ୍କ ମୃତ୍ୟୁ - କୋରୋନା ଭାଇରସ ଆତଙ୍କ

କୋରୋନା ଭାଇରାସରେ ଚାଲିଗଲା ଆଉ ଜଣେ ଅଭିନେତାଙ୍କ ଜୀବନ। ଜାପାନର ଲୋକପ୍ରିୟ କମେଡିୟାନ ଆକ୍ଟର କେନ ଶିମୂରାଙ୍କ ପରଲୋକ।

comedian ken shimura dies
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କେନ ଶାମୂରା

By

Published : Mar 30, 2020, 3:06 PM IST

ଟୋକିଓ: ଜାପାନର ଫେମସ କମେଡିଆନ ଆକ୍ଟର କେନ ଶିମୂରା 70 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ରବିବାର ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ଏଜେନ୍ସୀ ସୋମବାର ଏହି ଖବର ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ କୋରୋନା ଭାଇରସରେ ସଂକ୍ରମିତ ହେବାରୁ ହୋଇଛି।

କେନଙ୍କୁ ଏମାସ 20 ତାରିଖରେ ନିମୋନିୟା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 23 ତାରିଖରେ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ବାହାରିଥିଲା । ଏହାସହ ସେ ପ୍ରଥମ ଜାପାନି ସେଲିବ୍ରିଟି ଯିଏ ଏହି ସଂକ୍ରମଣରେ ଜୀବନ ହାରିଛନ୍ତି।

ପ୍ରକାଶ ଥାଉକି ତାଙ୍କ ପ୍ରକୃତ ନାମ ନାମୟାସୁନୋରୀ ଶିମୂରା ଥିଲା । ସେ 70-80 ଦଶକରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ସେ ଅନେକ ପପୁଲାର ଟିଭି ଶୋ ‘hachijidayo zeninshugo’, ‘tensai’ ଭଳି ଅନେକ ଶୋରେ ଅଭିନୟ କରିଥିଲେ।

ABOUT THE AUTHOR

...view details