ଚେନ୍ନାଇ: ନଭେମ୍ବର 2ରେ ମୁକ୍ତିଲାଭ କରିଥିବା ତାମିଲ ଅଭିନେତା ସୁରିଆଙ୍କ 'ଜୟ ଭୀମ'କୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏହି ଫିଲ୍ମ IMDB(ବିଭିନ୍ନ ଫିଲ୍ମକୁ ନେଇ ରେଟିଂ ଓ ସମୀକ୍ଷା କରୁଥିବା ବିଶ୍ବର ସର୍ବବୃହତ ଅନଲାଇନ ପ୍ଲାର୍ଟଫର୍ମ)ର ଶ୍ରେଷ୍ଠ 250 ଚଳଚ୍ଚିତ୍ର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଚଳଚ୍ଚିତ୍ରକୁ ସମାଲୋଚକ ଏବଂ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବାବେଳେ ଏହା ୧୯୯୪ ଆମେରିକାନ ଡ୍ରାମା ଫିଲ୍ମ ଶଶାଙ୍କ ରିଡ଼େମ୍ପ୍ସନ୍କୁ ପଛରେ ପକାଇଛି ।
ଏହି କୋର୍ଟ-ଡ୍ରାମା ଫିଲ୍ମଟି ପ୍ରଥମ ତାମିଲ ଚଳଚ୍ଚିତ୍ର ଭାବେ ଆଇଏମଡିବି ତାଲିକାର ଶୀର୍ଷରେ ରହିଛି । ଏହି ଫିଲ୍ମ 'ଶଶାଙ୍କ ରିଡେମ୍ପ୍ସନ'କୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇଛି । ଏପରିକି ଆକ୍ଟର ସୁରିଆଙ୍କ ଏହି ଚଳଚ୍ଚିତ୍ର 'ଇନ୍ସେପସନ', 'ସ୍କିଣ୍ଡଲର୍ସ ଲିଷ୍ଟ', 'ପଲ୍ପ ଫିକ୍ସନ୍', 'ବ୍ୟାଟମ୍ୟାନ୍', 'ଦ ଗଡ଼ ଫାଦର' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରକୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି ।
ଏହି ଫିଲ୍ମକୁ ଟି.ଜେ ନାନାଭେଲ ନିର୍ଦ୍ଦେଶନା ଦେଇଥିବାବେଳେ ସୁରିୟାଙ୍କ ବ୍ୟାନର ୨D ଏଣ୍ଟରଟେନମେଣ୍ଟ ପ୍ରଯୋଜିତ କରୁଛି । ଏହି ଫିଲ୍ମଟି ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ ହୋଇଛି । ଏହି ଫିଲ୍ମକୁ IMDB ପକ୍ଷରୁ ୯.୬ ରେଟିଂ ମିଳିଛି । ଫିଲ୍ମର ଗୋଟିଏ ଦିନ ରିଲିଜ ହେବା ପରେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।
ଏହି ଚଳଚ୍ଚିତ୍ରଟି 1993 କୁଡାଲୋର ଘଟଣା ଉପରେ ଆଧାରିତ । ଯେଉଁଠାରେ କୁରୁମ୍ବର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ରାଜକାନୁଙ୍କୁ ଚୋରି ଅଭିଯୋଗରେ କାରାଗାରରେ ରଖାଯାଇଥିଲା ଏବଂ ପୋଲିସ ଅଧିକାରୀମାନେ ନିର୍ଯାତନା ଦେଇଥିଲେ। ରାଜକାନୁ ତାଙ୍କ ଆଘାତରେ ଆତ୍ମସମର୍ପଣ କରିବା ପରେ ପୋଲିସ ଏହି ଘଟଣାକୁ ଲୁଚାଇ ରଖିଥିଲା କିନ୍ତୁ ତାଙ୍କ ପତ୍ନୀ ନ୍ୟାୟ ପାଇଁ ଲଢିଥିଲେ। ସେହି ସମୟରେ ଜଣେ ଓକିଲ ଥିବା ଚନ୍ଦ୍ର ଏକ ଗୁରୁତ୍ବପୂର୍ଣ୍ଣ ବିଚାରଧାରା ସହିତ ଲଢି କେସ ଜିତିଥିଲେ । ଦର୍ଶକମାନେ ସୋସିଆଲ ମିଡ଼ିଆରେ ଫିଲ୍ମ ପ୍ରତି ନିଜର ଭଲ ପାଇବା ଦର୍ଶାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ