ଓଡିଶା

odisha

ETV Bharat / sitara

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ - ଓଡ଼ିଆ ଫିଲ୍ମ ‘ଭିଜା ମାଟିର ସ୍ବର୍ଗ’ ପ୍ରଦର୍ଶିତ

ଗୁରୁବାର ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି 11ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲରେ ଭିନ୍ନ ଭିନ୍ନ ଭାଷାର 40ଟି ଫିଲ୍ମ ପ୍ରଦର୍ଶିତ ହେବ। ଓଡ଼ିଆ ଫିଲ୍ମ ‘ଭିଜା ମାଟିର ସ୍ବର୍ଗ’ ପ୍ରଦର୍ଶିତ ହୋଇସାରିଛି ।

international film festival
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

By

Published : Jan 25, 2020, 12:56 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଯାଇଛି 11 ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ। ପ୍ରଦର୍ଶିତ ହେବ ବହୁ ଭାଷାର ଅନେକ ମନ ଛୁଆ ସହ ଆୱାଡ଼ ଇନିଂ ଫିଲ୍ମ। ଏହି କାର୍ଯ୍ୟକ୍ରମ ଚଳିତ ଜାନୁଆରୀ 23 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 26 ତାରିଖରେ ଶେଷ ହେବ।

ଏହି ପ୍ରଦର୍ଶନୀକୁ ଇଣ୍ଡିଆନ ସୋସାଇଟି ଆର୍ଟ ପକ୍ଷରୁ ଆୟୋଜିତ କରାଯାଇଛି। ଚଳିତ ବର୍ଷ ଓଡ଼ିଆ ଫିଲ୍ମ ଭାବରେ ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରାଯାଇଛି। ଅନ୍ୟ ପଟେ ଦର୍ଶକ ମୁଖ୍ୟତଃ ‘iffk’, ‘mami’, ‘sundance’ ଭଳି ବହୁ ପ୍ରଶଂସିତ ଫିଲ୍ମ ଦେଖିବାକୁ ପାଇବେ। ଚାରି ଦିନର ଏହି ଫେଷ୍ଟିଭାଲରେ ପାଖାପାଖି 40ଟି ଫିଲ୍ମ ପ୍ରଦର୍ଶିତ ହେବ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details