ଓଡିଶା

odisha

ETV Bharat / sitara

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପରେ ‘ଛବିରାଣୀ’କୁ ନେଇ ଘନେଇଲା ବିବାଦ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବା ପରେ ଓଡ଼ିଆ ସିନେମା ଜଗତରେ ବିବାଦ ଦେଖା ଦେଇଛି । ପୁରସ୍କାର ଚୟନ ପ୍ରକ୍ରିୟାରେ ଛବିରାଣୀ ଚଳଚ୍ଚିତ୍ର ପ୍ରତି ଅବିଚାର ହୋଇଥିବା ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ...

By

Published : Nov 10, 2021, 6:11 PM IST

'ଛବିରାଣୀ ଚଳଚିତ୍ର ପ୍ରତି ହୋଇଛି ଅବିଚାର'
'ଛବିରାଣୀ ଚଳଚିତ୍ର ପ୍ରତି ହୋଇଛି ଅବିଚାର'

ଭୁବନେଶ୍ବର:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବା ପରେ ଓଡ଼ିଆ ସିନେମା ଜଗତରେ ବିବାଦ ଦେଖା ଦେଇଛି । ଯୋଗ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ହୋଇନଥିବା ଅଭିଯୋଗ ହୋଇଛି । ଚାଟୁକାରିତାରେ ନିର୍ମିତ ଚଳଚ୍ଚିତ୍ର ରାଜ୍ୟ ପୁରସ୍କାର ପାଇଁ ଚୟନ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଯୋଜକ ନିର୍ଦେଶକ ଓ ଅଭିନେତା । ପୁରସ୍କାର ଚୟନ ପ୍ରକ୍ରିୟାରେ ଛବିରାଣୀ ଚଳଚ୍ଚିତ୍ର ପ୍ରତି ଅବିଚାର ହୋଇଛି ବୋଲି ନିଦ୍ଦେର୍ଶକ ବବି ଇସ୍‌ଲାମ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

'ଛବିରାଣୀ ଚଳଚିତ୍ର ପ୍ରତି ହୋଇଛି ଅବିଚାର'

ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ୍ୟର ବା ଏହି ମାଟିର ମୌଳିକତା ଓ ସଂସ୍କୃତିକୁ ନେଇ ସିନେମା ତିଆରି କରୁଥିବା ବେଳେ ତାହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ରାଜ୍ୟ ସରକାରଙ୍କ ଚୟନ ପ୍ରକ୍ରିୟାରେ ନିରପେକ୍ଷତା ରହୁନାହିଁ । ଜୁରୀମାନେ ନିଜର ଗୁଣବତ୍ତାକୁ ମଧ୍ୟ ସଠିକ୍‌ ଢଙ୍ଗରେ ଖଟଉନାହାନ୍ତି । ଏହାଦ୍ବାରା ମୌଳିକତା ବହନ କରୁଥିବା ଚଳଚ୍ଚିତ୍ର ବଳି ପଡ଼ିଆସୁଛି ।

ଏଭଳି ନିଷ୍ପତି ଯୋଗୁଁ ଆଉ ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି । ତେଣୁ ରାଜ୍ୟରେ ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ଛବିରାଣୀକୁ ନେଇ ପୁନଃବିଚାର କରାଯାଉ ବୋଲି ଦାବି କରିଛନ୍ତି ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details